କନକ ବ୍ୟୁରୋ: ଟୋକିଓ ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ଆଣିଲେ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୬୮.୫୫ ମିଟର ଯାଏଁ ଜାଭେଲିନ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ଏହାସହ ଭାରତର ପଦକ ସଂଖ୍ୟା ଏବେ ୭ରେ ପହଞ୍ଚିଛି ।
ଆଜି ଭାରତକୁ ଡବଲ ସ୍ୱର୍ଣ୍ଣ ପଦକ ମିଳିଛି । ସୁଟିଂରେ ଅବନି ଭାରତକୁ ସ୍ୱର୍ଣ୍ଣପଦକ ଦେଇଥିଲେ । ଏବେ ଭାରତକୁ ପାରାଲିମ୍ପିକ୍ସରେ ୨ ସ୍ୱର୍ଣ୍ଣ, ୪ ସିଲଭର ଓ ୧ ବ୍ରୋଞ୍ଚ ପଦକ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/9-34.jpg)