କନକ ବ୍ୟୁରୋ : ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ତେବେ ନୀରଜଙ୍କ ସଫଳତା ପରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ବୁଦାଫେଷ୍ଟରେ ରବିବାର ଅନୁଷ୍ଠିତ ବିଶ୍ୱ ଆଥଲେଟ ଚମ୍ପିୟନସିପରେ ପୁରୁଷ ଜାଭଲିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ୱିତୀୟ ପ୍ରୟାସରେ ୮୮ ଦଶମିକ ୧୭ ମିଟର ଜାଭଲିନ ଫିଙ୍ଗି ଏହି ସଫଳତା ଅଜର୍ନ କରିଛନ୍ତି ନୀରଜ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଅର୍ଶନ ନଦୀବ ଋତୁର ୮୭ ଦଶମିକ ୬୭ ମିଟିର ଜାଭଲିନ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚେକ୍ ରିପବ୍ଲିକର ଜାକବ ଜାଦଲେଜକ ୮୬ ଦଶମିକ ୬୭ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଚମ୍ପିୟନସିପରେ ଭାଗ ନେଇଥିବା ଓଡ଼ିଆ ଖେଳାଳି ପଦକ ପାଇନଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହିଛନ୍ତି କିଶୋର କୁମାର ଜେନା । ୮୪ ଦଶମିକ ୭୭ ମିଟିର ପର୍ଯ୍ୟନ୍ତ ଜାଭଲିନ ଫୋପାଡିଥଲେ କିଶୋର । ଡିପି ମନୁ ୮୪ ଦଶମିକ ୧୪ ମିଟରରେ ଫୋପାଡି ତାଙ୍କ ପଛରେ ରହିଛନ୍ତି ।

ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତା

ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା
ପ୍ରଥମ ଭାରତୀୟ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଜିତିଲେ ସ୍ୱର୍ଣ୍ଣ ପଦକ
ଜାଭଲିନ ଥ୍ରୋ ଫାଇନାଲରେ ୮୮.୧୭ ମିଟର ଫିଙ୍ଗି ପାଇଲେ ସଫଳତା
ଇଭେଣ୍ଟର ୪୦ ବର୍ଷର ଇତିହାସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ
ହଙ୍ଗେରୀର ବୁଡାପୋଷ୍ଟରେ ତ୍ରିରଙ୍ଗା ଉଡାଇଲେ ନୀରଜ ଚୋପ୍ରା
ଟକିଓ ଅଲମ୍ପିକରେ ସ୍ୱର୍ଣ୍ଣ ବିଜୟର ୨ ବର୍ଷ ପରେ ସ୍ୱର୍ଣ୍ଣିମ ସଫଳତା
ଗତବର୍ଷ ବିଶ୍ୱ ଚାମ୍ପିୟନସିପରେ ରୌପ୍ୟ ପଦକ ଜିଣିଥିଲେ ନୀରଜ
ବିଶ୍ୱରେ ଭାରତର ଗୌରବ ବଢାଇଲେ ସୁନା ପୁଅ ନୀରଜ ଚୋପ୍ରା