କନକ ବ୍ୟୁରୋ : ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ପୁରୀରେ ଭବ୍ୟ ସ୍ୱାଗତ । ଜାଭଲିନ୍ ଥ୍ରୋରେ ଭାଗନେଇ ରୌପ୍ୟ ପଦକ ଜିତିଛନ୍ତି କିଶୋର ଜେନା । ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ବ୍ରହ୍ମଗିରି ସ୍ଥିତ କୋଠସାହି ଯିବେ କିଶୋର । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି କିଶୋର ଜେନା ।
ପୁରୀ ମଙ୍ଗଳହାଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କିଶୋର ଜେନାଙ୍କୁ ସ୍ୱାଗତ କରିଥିଲେ । ଏହା ସହ ଅନେକ ଯୁବକ କିଶୋର ଜେନାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସ ପରବର୍ତ୍ତୀ ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ସେ ଆସନ୍ତା ମାସରୁ ପ୍ରସ୍ତୁତି ଆରମ୍ଭ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/9-20.jpg)