ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରଣ ଜବତ : ୧୪୮ ରାଉଣ୍ଡ ଗୁଳି, ୧୪ଟି ହ୍ୟାଣ୍ଡ ଗ୍ରେନେଡ୍, ୨ଟି ଲ୍ୟାଣ୍ଡମାଇନ ଜବତ

କମ୍ବିଂ ଅପରେସନ ଜୋରଦାର ନେଇ ମାଲକାନଗିରି ଏସପିଙ୍କ ସୂଚନା

78

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳ ସ୍ଥିତ ଜୋଡାମ୍ବ ଥାନା ଅନ୍ତର୍ଗତ ଓରାପାଦର ଓ ଅଣ୍ଡ୍ରାପାଲି ଠାରେ ଚାଢାଓ କରି ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ କଲେ ବିଏସଏଫ, ଡିଭିଏଫ ଓ ଏସଓଜି ଯବାନ । ଜବତ ସାମଗ୍ରୀ ମଧ୍ୟରେ ୯୩ ରାଉଣ୍ଡ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଗୁଳି, ୫୩ ରାଉଣ୍ଡ ୯ ଏମ୍.ଏମ୍. ପିସ୍ତଲ ବୁଲେଟ, ୧୪ ଟି ହ୍ୟାଣ୍ଡ ଗ୍ରେନେଡ, ୨ଟି ଲ୍ୟାଣ୍ଡ ମାଇନ ସମେତ ଡିଟୋନେଟର ଓ ମାଓ ସାମଗ୍ରୀ ରହିଛି ।

ଗୁରାସେତୁ ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହବା ପରେ ଅଂଚଳରେ କୁମ୍ବିଁ ଅପରେସ କୁ ଯୋରଦାର କରିଛି ପୁଲିସ । ଆଉ ଏହି ସବୁ ମାରଣାସ୍ତ୍ର ଗୁଡିକ ଆନ୍ଦ୍ର ଓଡିଶା ବର୍ଡର ସ୍ପେଶାଲ ଯୋନାଲ କମିଟି ର ମାଓବାଦୀ ମାନେ ପୁଲିସ କୁ ଟାରଗେଟ କରିବା ଉଦ୍ଦେଶ୍ୟ ରେ ଗଚ୍ଛିତ ରଖି ଥିଲେ ବୋଲି କହିଛନ୍ତି ଏସପି ରିଷେକେଶ କିଲ୍ଲାରୀ ।