କନକ ବ୍ୟୁରୋ: ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଲେ ଜବାନ । ସ୍ତ୍ରୀ ଓ ପରିବାର ଅନ୍ୟ ସଦସ୍ୟଙ୍କୁ ପ୍ରାୟ ୪୦ ଲୋକ ଆକ୍ରମଣ କରିଥିବା ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି ଜବାନ ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା ସହ ୪୦ରୁ ଉଦ୍ଧ୍ୱର୍ ଲୋକ ଆକ୍ରମଣ କରିଥିବା ଯବାନ ଅଭିଯୋଗ କରିଛନ୍ତି । ତେବେ ଯବାନ ପ୍ରଭାକରନଙ୍କ ସ୍ତ୍ରୀ କୀର୍ଥୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶନିବାର ୪୦ ଜଣ ଲୋକଙ୍କ କୀର୍ଥୀଙ୍କ ଦୋକାନରେ ପଶି ତାଙ୍କୁ ଜାଗା ଖାଲି କରିବା ସହ ତାଗିଦ କରିଥିଲେ । ପରେ ମାଡ଼ ମାରିବା ସହ ଅସଦବ୍ୟବହାର ଓ ଦୋକାନରେ ଥିବା ଜିନିଷପତ୍ରକୁ ଫୋପାଡ଼ିଥିଲେ । ତେବେ ପୋଲିସର ସୂଚନା ଅନୁଯାୟୀ, ସେହି ଦୋକାନକୁ ରାମୁ ନାମକ ବ୍ୟକ୍ତିଙ୍କ ଠାରୁ ପ୍ରଭାକରନଙ୍କ ଶଶ୍ୱୁର ଲିଜରେ ନେଇଥିଲେ । ଏହି ବିଷୟରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ମହିଳାଙ୍କ ଉପରେ ଆକ୍ରମଣ ଘଟଣାକୁ ପୁଲିସ ଖଣ୍ଡନ କରୁଥିବାବେଳେ ଯବାନଙ୍କ ଦୃଢ଼ ଅଭିଯୋଗ ଓ ଏତଲା ପରେ ପୋଲିସ ଏନେଇ ତଦନ୍ତ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ।
ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରି କରି ନ୍ୟାୟ ମାଗିଲେ ଯବାନ: ପତ୍ନୀ ଓ ପରିବାରଙ୍କୁ ଆକ୍ରମଣ ପରେ ସୁରକ୍ଷା ଉପରେ ଉଠାଇଲେ ପ୍ରଶ୍ନ
/kanak/media/post_attachments/wp-content/uploads/2023/06/tamilnadu-vellore.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)