ଭୁବନେଶ୍ୱର : କାୟା ମେଲାଉଛି ଜଣ୍ଡିସ୍  । ରାଜଧାନୀ ଭୁବନେଶ୍ୱରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଝରଣା ସାହିରେ ରୋଗ ଉକ୍ରଟ ରୂପ ନେଉଥିବା ବେଳେ ଅନ୍ୟ ଅଂଚଳରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିଛି । ଆକ୍ରନ୍ତଙ୍କ ସଂଖ୍ୟା ୬୦କୁ ଛୁଇଁଲାଣି । ସ୍ଥିତିର ମୁକାବିଲା କରିବା ପାଇଁ ଏକ ରକମର ଝାଳନାଳ ହୋଇଗଲାଣି ପ୍ରଶାସନ । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଘର ଘର ବୁଲି ଔଷଧ ବାଂଟୁଛି ସ୍ୱାସ୍ଥ୍ୟ ବିଭାଗ । ବସ୍ତି ମଧ୍ୟରେ ଥିବା ବିଭିନ୍ନ ପାଣି ଟାଙ୍କିକୁ ସଫା କରିବା ସହ ହାଲୋଜେନ୍ ବଟିକା ବଂଟନ କରାଯାଉଛି । ପାଣିର ନମୂନା ମଧ୍ୟ ସଂଗ୍ରହ  କରାଯାଉଛି । ସେହିପରି ପାଣିକୁ ଫୁଟାଇ ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।

Advertisment

gupchupଅନ୍ୟପଟେ ବିପର୍ଯ୍ୟସ୍ତ ପରିମଳ ଓ ଦୂଷିତ ପାନୀୟ ଯୋଗୁଁ ଟ୍ୱିନ ସିଟିରେ ଜଣ୍ଡିସ କାୟା ମେଲାଉଥିବା ବେଳେ ଖାଦ୍ୟପଦାର୍ଥ ଓ ପାନୀୟ ଜଳ ନେଇ ଉଠିଛି ପ୍ରଶ୍ନ । କିଭଳି ବିପଦଜନକ ପରିବେଶରେ ତିଆରି ହେଉଛି ସମସ୍ତଙ୍କ ଅତିପ୍ରିୟ ଗୁପଚୁପ ଦେଖିଲେ ମନରେ ଭୟ ସୃଷ୍ଟି ହେବ । ଜଣ୍ଡିସ ସ୍ଥିତି ସାଙ୍ଘାତିକ ହେଉଥିବା ବେଳେ ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥ କେତେ ସୁରକ୍ଷିତ ତାହା ନେଇ ଉଠୁଛି ପ୍ରଶ୍ନ ।