କନକ ବ୍ୟୁରୋ: ସମ୍ବଲପୁରରେ ଦେଖାଦେଇଛି ଜଣ୍ଡିସ ଆତଙ୍କ । ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୧୫ ବର୍ଷରୁ କମ ଥିବା ଜଣାପଡ଼ିଛି । ଗୋଟିଏ ମାସରେ ୨୫ ଜଣ ଆକ୍ରାନ୍ତ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ସହରର କୁମ୍ଭାରପଡ଼ା, ଶାଳିଆବଗିଚା, ପେନସନପଡ଼ା ସମେତ ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସ୍ୱାସ୍ଥ୍ୟକର୍ମୀ ମାନେ ଘରଘର ବୁଲି ଲୋକଙ୍କୁ ସତର୍କ କରାଉଛନ୍ତି ।