କନକ ବ୍ୟୁରୋ : ଖଣ୍ଡଗିରି ମହାକୁମ୍ଭରେ ଆରମ୍ଭ ହେଲା ଯାତ୍ରା ମହାସମର । ପ୍ରଥମ ରାତ୍ରୀରେ ଦୁଇ ଯାତ୍ରା ପାର୍ଟିଙ୍କ ଭିତରେ ଚାଲିଛି କଡା ଟକ୍କର । କୋଣାର୍କ ଗଣନାଟ୍ୟ ସହିତ କଳିଙ୍ଗ ଗଣନାଟ୍ୟ । ଧୀରେ ଧୀରେ ଗୋଟେ ପରେ ଗୋଟେ ଯାତ୍ରା ପାର୍ଟିରେ ଦୁଲୁକିବ ଖଣ୍ଡଗିରି । କଳିଙ୍ଗ ଗଣନାଟ୍ୟର ପ୍ରଥମ ରାତ୍ରୀର ନାଟକ ଶ୍ରାବଣ ମାସର ଶେଷ ରାତ୍ରୀ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ. ଦର୍ଶକଙ୍କ ଭିତରେ ବି ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ସେପଟେ ନାଟକ ଆରମ୍ଭ ହେବା ଆଗରୁ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା ନଟି ନଟି ଡ୍ୟାନ୍ସ । ଲାଇଟ ସାଉଣ୍ଡ ଓ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ ନିଜ ନୃତ୍ୟରେ ବେଶ ପାଗଳ କରୁଥିଲେ ଡ୍ୟାନ୍ସର ଲବଲି । ପାରିବାରିକ କାହାଣୀ ଉପରେ ଆଧାରିତ ନାଟକ ଶ୍ରାବଣ ମାସର ଶେଷ ରାତ୍ରୀ ନାଟକରେ ଭରି ରହିଛି ଏକ ଏମିତି ଏକ ଯୁବକର କାହାଣୀ, ଯିଏ ନିଜ ପରିବାର ସୁଖ ପାଇଁ କେମିତି ନିଜକୁ ଜଳାଞ୍ଜଳି ଦେଉଛି । ପୁରା ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକରେ ରୋମାନ୍ସ ପାଖରୁ ଆରମ୍ଭ କରି କମେଡି ବି ବେଶ ମନ ଛୁଆଁ ହୋଇଛି । ଆଉ ମଞ୍ଚ ତଳେ ଦର୍ଶକଙ୍କ ଭିତରେ ନାଟକକୁ ଉପଭୋଗ କରୁଛନ୍ତି ଯାତ୍ରା ଜଗତର ସୁପରଷ୍ଟାର ସୁରେଶ ପଣ୍ଡାଙ୍କ ପରିବାର ।