କନକ ବ୍ୟୁରୋ: କେତେବେଳେ ପୁଲିସ ଅଫିସର, କେତେବଳେ ଡାକ୍ତର ସାଜି ଚାକିରୀ ଦେବା ନାଁରେ ଚଳୁ କରିଛି ଲକ୍ଷ ଲକ୍ଷ ଟଙ୍କା । ବାଲିକୁଦା ଅଞ୍ଚଳର ଏହି ଠକ ରଞ୍ଜନ କୁମାର ନାୟକ ଏବେ ପୁଲିସ କବଜାରେ । ରଞ୍ଜନ ହେଉଛି ଜଣେ ପେଶାଦାର ଠକ । ପାହାଳ ଥାନା ଅଞ୍ଚଳରେ ସେ ଏକ ଆପାର୍ଟମେଣ୍ଟରେ ରହୁଥିଲା । ବିଭିନ୍ନ ପରିଚୟ ଦେଇ ରଞ୍ଜନ ଲୋକଙ୍କୁ ଠକୁଥିଲା । ରଞ୍ଜନ ନାଁରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ରଞ୍ଜନଙ୍କୁ ତ୍ରିଶୁଳିଆ ଅଞ୍ଚଳରୁ ଗିରଫ କରିଛି । ତା ନିକଟରୁ ପୁଲିସ ପୋଷାକ, ଆପ୍ରୋନ ଓ ଷ୍ଟେଥୋ ସହ ଅନ୍ୟ କିଛି ସରଞ୍ଜାମ ଜବତ ହୋଇଛି ।

Advertisment

ରଞ୍ଜନ ନାଁରେ ଏକ ବଡ ଠକେଇ ଅଭିଯୋଗ ହେବା ପରେ ପୁରା କାରନାମା ସାମ୍ନାକୁ ଆସିଛି । ରଞ୍ଜନ କ୍ରାଇମବ୍ରାଞ୍ଚ ଇନସପେକ୍ଟର ପରିଚୟ ଦେଇ ଚାକିରୀ କରାଇଦେବାକୁ କହି ୨ ଜଣ ଆଶାୟୀଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକିନେଇଥିଲା । ଠକେଇ ଟଙ୍କାରେ ‘ଭାରତ ଅପେରା’ ଖୋଲିଥିଲା । ଆଶାୟୀଙ୍କୁ ରଞ୍ଜନ ଜାଲ କାଗଜପତ୍ର ଦେଇଥିଲା । ତେବେ ଏହି ନିଯୁକ୍ତିପତ୍ର ଜାଲ ବୋଲି ଜଣାପଡିବା ପରେ ଆଶାୟୀ , ରଞ୍ଜନଙ୍କୁ ଟଙ୍କା ଫେରାଇବାକୁ କହିଥିଲେ । କିନ୍ତୁ ରଞ୍ଜନ ଟଙ୍କା ନ ଫେରାଇବାରୁ ପାହାଳ ଥାନାରେ ଅଭିଯୋଗ ହୋଇଥିଲା । ରଞ୍ଜନ ଜଣେ ପେସାଗତ ଠକ ହୋଇଥିବାରୁ ତା ନାଁରେ ଅଭିଯୋଗ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।