ହାରିଗଲେ ହସର ମଣିଷ । ମଞ୍ଚରେ ହସାଉଥିଲେ ମହାମାରୀରେ ଚାଲିଗଲେ । କରୋନାରେ ଯାତ୍ରା ଅଭିନେତା ଜଗା ରାଉତଙ୍କ ପରଲୋକ ।

632

କନକ ବ୍ୟୁରୋ: କରୋନାରେ ଆଖିବୁଜିଲେ ଯାତ୍ରା ଜଗତର ଆଗଧାଡିର ହାସ୍ୟ ଅଭିନେତା ଜଗା ରାଉତ । ପେଣ୍ଡାଲରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଏହି ହାସ୍ୟ ଅଭିନେତାଙ୍କ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି ।

୮୪ ବର୍ଷ ବୟସରେ ଆଜି ସକାଳ ୯ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର କାଳିଆପଦାର ଉତରାୟଣୀ ଅପେରାରୁ ନିଜର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ । ଶେଷରେ କଳିଙ୍ଗ ଗଣନାଟ୍ୟରେ ଅଭିନୟ ଜାରି ରଖିଥିଲେ ଜଗା । ଅପେରାରେ ପ୍ରାୟ ୪୦ ବର୍ଷ ହେବ ଅଭିନୟ କରି ଆସୁଥିଲେ ଏବଂ ପ୍ରାୟ ୬୬ ବର୍ଷ ହେବ ଯାତ୍ରା ଦୁନିଆ ସହ ଜଡିତ ଥିଲେ । ସେ କୋଣାର୍କ ଗଣନାଟ୍ୟରେ ମଧ୍ୟ ଅଭନୟ କରିଛନ୍ତି ।