ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା : ବାଇକ୍ ସହ ମୁହାଁମୁହିଁ ଧକ୍କା, ଜଣଙ୍କ ମୃତ୍ୟୁ

2,246

କନକ ବ୍ୟୁରୋ : ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ବିଳମ୍ବିତ ରାତିରେ ଗୁରୁତର ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ରାଜନଗର ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ସୁକାନ୍ତ ବେହେରା । ଗତକାଲି ଅନୁଗୁଳରୁ ଏକ ବିବାହ ଭୋଜି ସାରି ରାଣୀ ପଣ୍ଡା ଭୁବନେଶ୍ୱରକୁ ଫେରୁଥିଲେ ।

ରାତି ପ୍ରାୟ ସାଢେ ୧୦ଟା ସମୟରେ ଆଠଗଡ-ମୁଣ୍ଡୁଳୀ ରାସ୍ତାରେ ଥିବା ଏକ ମନ୍ଦିର ନିକଟରେ ରାଣୀଙ୍କ କାର ଏକ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଉଭୟ କାର ଏବଂ ବାଇକ ଭାଙ୍ଗିରୁଜି ଯାଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ସୁକାନ୍ତଙ୍କୁ ଆଠଗଡ ମେଡିକାଲ ନିଆଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲ ନିଆଯାଉଥିଲା । ହେଲେ ସୁକାନ୍ତଙ୍କର ମୃତ୍ୟୁ ଘଟିଥିବା ପୁଲିସ ସୂଚନା ଦେଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।