କନକ ବ୍ୟୁରୋ: ପୁତ୍ର ମୋହରେ ଫସିଗଲେ କି ଜଟଣୀ ବିଧାୟକ ? କଂଗ୍ରେସର ଜଣେ ପୁରୁଖା ନେତା ଭାବେ ପରିଚିତ ଜଟଣୀର ବିଧାୟକ ଏଥର ବୟସ ପାଇଁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି । କିନ୍ତୁ ତାଙ୍କର ସାନ ପୁଅ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ତେବେ ଭୁବନେଶ୍ୱର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ସେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ବିଜେଡିକୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଏଥିସହ ବିଜେଡି ପାଇଁ ପ୍ରଚାର କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ବିଧାନସଭା ଓ ଲୋକସଭାରେ ଶଙ୍ଖ ଚିହ୍ନକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିବେ ବୋଲି କହିଛନ୍ତି ସୁର ରାଉତରାୟ ।
ପୁତ୍ର ମୋହରେ ଫସିଗଲେ କି ଜଟଣୀ ବିଧାୟକ ? କହିଲେ ବିଧାନସଭା ଓ ଲୋକସଭାରେ ଶଙ୍ଖ ଚିହ୍ନକୁ ଭୋଟ ଦେବା ପାଇଁ କରିବେ ଅପିଲ
/kanak/media/post_attachments/wp-content/uploads/2019/05/sura-routray.jpg)