କନକ ବ୍ୟୁରୋ : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାସ୍ତାରୋକ କଲେ ଜଟଣୀ ବିଧାୟକ । ଜଟଣୀ ନାଗରିକ କମିଟି ପକ୍ଷରୁ ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ତହସିଲ ଅଫିସ ସମ୍ମୁଖରେ ରାସ୍ତାରୋକ ଓ ଆନ୍ଦୋଳନ କରାଯାଇଛି । ରାସ୍ତାରୋକ ଯୋଗୁଁ ତିନି ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହୋଇଥିଲା । ରେଳବାଇ ଲୋକ କଲୋନୀ ଓ ବାଛରା ମୁଣ୍ଡିଆ ଠାରେ ବିଡିଏ କରୁଥିବା ପାର୍କ ପାଇଁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯାଇଛି । ତେଣୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାକୁ ଦାବି କରିଥିଲେ ଆନ୍ଦୋଳନକାରୀ । ଜଟଣୀ ଥାନା ଅଧିକାରୀ ଓ ତହସିଲଦାର ଆଗାମୀ ଦୁଇ ମାସ ଭିତରେ ବସ୍ତିବାସୀଙ୍କୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲା ଜଟଣୀ ନାଗରିକ କମିଟି ।