କନକ ବ୍ୟୁରୋ: ଚର୍ଚ୍ଚାରେ ଜଟଣୀ ରାଜନୀତି । ଜଟଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସନ୍ତୋଷ ଜେନାଙ୍କୁ ଜଟଣୀରୁ ଟିକେଟ୍ ଦେଇଛି ଦଳ । କଂଗ୍ରେସର ବହୁ ପୁରୁଣା ଛାମୁଆ ନେତା ଓ କର୍ମୀ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳ ନୂଆ ମୁହଁକୁ ଭରସା କରିଛି । କିଛି ଦିନ ତଳେ ସନ୍ତୋଷ ଜେନାଙ୍କୁ କଂଗ୍ରେସ ଭବନରେ ବିରୋଧ ହୋଇଥିଲା । ସନ୍ତୋଷ ଜେନାଙ୍କୁ ଦଳରେ ସାମିଲ କରିବାକୁ ସିଦ୍ଧାର୍ଥ କଂଗ୍ରେସ ଭବନ ଆଣିଥିଲେ । ଏହି ସମୟରେ ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ ବିରୋଧ କରିଥିଲେ । ସଂଗ୍ରାମ ମଧ୍ୟ ଜଟଣୀ ବିଧାନସଭାର କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିଲେ । ସେହିପରି ସୁରଙ୍କ ସମର୍ଥକ ଅଶୋକ ମଙ୍ଗରାଜ ମଧ୍ୟ ଜଟଣୀ ଟିକେଟ୍ ପାଇଁ ଆଶାୟୀ ଥିଲେ । ହେଲେ ଏସବୁ ଭିତରେ ସର୍ପାଇଜ୍ କ୍ୟାଣ୍ଡେଡ ଭାବେ ସନ୍ତୋଷ ଜେନାଙ୍କୁ ପ୍ରାର୍ଥୀ କରିଛି ଦଳ ।

Advertisment

ଜଟଣୀର ସରପ୍ରାଇଜ କ୍ୟାଣ୍ଡିଡେଟ୍
- ଛାତ୍ର ନେତା ଭାବେ ଏବିଭିପିରେ ସକ୍ରିୟ ଥିଲେ ସନ୍ତୋଷ ଜେନା
- ବିଜେପିରୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଥିଲେ
- ୨୦୧୯ରେ ବିଜେପି ତାଙ୍କୁ ଜଟଣୀରୁ ଟିକେଟ୍ ଦେଇନଥିଲା
- ଟିକେଟ୍ ନମିଳିବାରୁ ବିଜେପି ଛାଡି ବିଜେଡ଼ିରେ ମିଶିଥିଲେ
- କିଛି ମାସ ତଳେ ଦଳ ବିରୋଧୀ କାମ ପାଇଁ ନିଲମ୍ବନ ଓ ବହିଷ୍କାର କରିଥିଲା ବିଜେଡି
- ନିର୍ବାଚନ ପାଖେଇ ଆସୁଥିବାରୁ ଟିକେଟ୍ ଆଶାରେ ବିଜେପିରେ ମିଶିଥିଲେ
- ହେଲେ ଟିକେଟ୍ ନପାଇବାରୁ ସେ ନିରାଶ ହୋଇଥିଲେ
- ଗତ ସୋମବାର ସେ କଂଗ୍ରେସରେ ସାମିଲ ହେବାକୁ ଯାଇଥିଲେ
- ଟିକେଟ୍ ଆଶାୟୀ ଥିବା ସଂଗ୍ରାମ ରାଉତରାୟ ବିରୋଧ କରିବାକୁ ମିଶ୍ରଣ ପର୍ବ ହୋଇପାରିନଥିଲା ।