କନକ ବ୍ୟୁରୋ: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭାରେ ଆଜି ପଡୁଛି ଭୋଟ୍ । ତେବେ ଏହିି ଲୋକସଭା ମଣ୍ଡଳୀରେ ଥିବା ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜଟଣୀ ବିଧାନସଭା କ୍ଷେତ୍ର ମଧ୍ୟ ଗୁରୁତ୍ୱ ବହନ କରୁଛି । କାରଣ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବଜାରେ ଥିଲେ ହେଁ ଏଠାରେ କିନ୍ତୁ କଂଗ୍ରେସର ଦବଦବା ରହିଛି । ତେବେ ଜଟଣୀ ବ୍ଲକ, ଖୋର୍ଧା ବ୍ଲକର ୬ଟି ପଂଚାୟତ ଏବଂ ଭୁବନେଶ୍ୱର ବ୍ଲକର ୩ଟି ପଂଚାୟତକୁ ନେଇ ଜଟଣୀ ନିର୍ବାଚନମଣ୍ଡଳୀ ଗଠିତ ।

Advertisment

ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୬ ହଜାର ୭୯୨
- ମତ ଦେଇଥିଲେ – ୧ ଲକ୍ଷ ୪୫ ହଜାର ୪୬୯
- ଭୋଟଦାନ ହାର – ୭୦.୩୫%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଭାଗିରଥୀ ବଡ଼ଜେନା ବିଜେଡି ୬୦,୯୭୬ ୪୧.୯୨% ବିଜୟୀ
ସୁରେଶ କୁମାର ରାଉତରାୟ କଂଗ୍ରେସ ୫୫,୨୨୯ ୩୭.୯୭% ପରାସ୍ତ
ସୁଦୀପ୍ତ କୁମାର ରଏ ବିଜେପି ୧୭,୦୮୫ ୧୧.୭୪% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ଭାଗୀରଥି ବଡ଼ଜେନା ନିର୍ବାଚନ ଜିତିଥିଲେ
- ୬୦ ହଜାର ୯୭୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କୁ ପରାସ୍ତ କରିଥିଲେ
- ୫ ହଜାର ୭୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ବିଭୂତି ବଳବନ୍ତରାୟ
କଂଗ୍ରେସ: ସୁର ରାଉତରାୟ
ବିଜେପି: ବିଶ୍ୱରଂଜନ ବଡଜେନା

୨୦୧୯--ବିଜେଡି: ବିଭୂତି ବଳବନ୍ତରାୟ

- ପୂର୍ବତନ ବିଧାୟକ
- ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି
- ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ

୨୦୧୯-- କଂଗ୍ରେସ: ସୁର ରାଉତରାୟ

- ପୂର୍ବତନ ମନ୍ତ୍ରୀ
- ୫ଥର ବିଧାୟକ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି
- ୨୦୧୪ରେ ପରାଜିତ

୨୦୧୯--ବିଜେପି: ବିଶ୍ୱରଂଜନ ବଡଜେନା

- ଯୁବ ବିଜେପି ସଦସ୍ୟ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
- ଯୁବ ସଂଗଠକ

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଜଟଣୀ ବ୍ଳକ୍, ଖୋର୍ଦ୍ଧା ବ୍ଳକର ୬ଟି ପଂଚାୟତ ଏବଂ ଭୁବନେଶ୍ୱର ବ୍ଳକର ୩ଟି ପଂଚାୟତକୁ ନେଇ ଜଟଣୀ ନିର୍ବାଚନମଣ୍ଡଳୀ
- ୧୯୭୪ରେ ଗଠନ ହୋଇଥିଲା
- ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- କଂଗ୍ରେସର ଦବଦବା ରହିଛି
- ସୁରେଶ ରାଉତରାୟ ୫ଥର ବିଧାୟକ
- ୨୦୦୪ରୁ ବିଜେଡି ଲଗାତର ଜିତିଛି