ନିର୍ବାଚନ ବେଳେ ଜଟଣି ବିଧାୟକଙ୍କ ବଡ ବୟାନ । କହିଲେ ପୁଅ ମନ୍ମଥ ତାଙ୍କ ଉତ୍ତରାଧିକାରୀ ।

2,059

କନକ ବ୍ୟୁରୋ: ନିର୍ବାଚନୀ ସଭାରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ ବୟାନ । କହିଲେ ସେ କଂଗ୍ରେସ ଛାଡିବେ ନାହିଁ । କିନ୍ତୁ ତାଙ୍କ ପୁଅ ଯେଉଁ ଦଳରୁ ପ୍ରାର୍ଥୀ ହେବେ ସେହି ଦଳକୁ ସମର୍ଥନ କରିବେ । ଜଣେ ପୋଖତ କଂଗ୍ରେସ ନେତା ଭାବେ ପରିଚିତ ସୁର ରାଉତରାୟ । ବିଭିନ୍ନ ସମୟରେ କଂଗ୍ରେସ ପାଇଁ ଆଗକୁ ଆସି ବୟାନବାଜି କରନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ । ତଥାପି ତାଙ୍କ ପୁଅ ବିଧାୟକ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ସୁର ରାଉତରାୟ ।

ଗତକାଲି ଜଟଣୀ ନାଗରିକ କମିଟି ଓ ଜଟଣୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣଙ୍କ ଦ୍ୱାରା ଗଙ୍ଗପଡ଼ା ପଞ୍ଚାୟତରେ ଭୁଆସୁଣୀ ପୀଠରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସୁର ରାଉତରାୟ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ନା ଘୋଷଣା କରିଛନ୍ତି । ଏବଂ ମନ୍ମଥ ଯେଉଁ ଦଳରୁ ଟିକେଟ ପାଇ ଲଢିବେ ସେହି ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି । ନିର୍ବାଚନ କିଛି ଦିନ ପୂର୍ବରୁ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ଏକାଠି କରି ସୁର ଏକ ନୂଆ ରଣନୀତି କରିଛନ୍ତି । ତେବେ ମନ୍ମଥ କେଉଁ ଦଳରୁ ଲଢ଼ିବେ ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ଲୋକଙ୍କ ସହ ରହିଛନ୍ତି ଏବଂ ସମୟ ଆସିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ।