କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାରକା ପେସର ଯଶପ୍ରୀତ ବୁମରା । ଆହତ ଯୋଗୁଁ ପାଖାପାଖି ୧୦ ମାସ ଧରି କ୍ରିକେଟରୁ ଦୂରେଇ ରହିଥିବା ବୁମରାଙ୍କୁ ଆଗାମୀ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଛି । ଆୟରଲାଣ୍ଡ ଗସ୍ତରେ ସେ ଭାରତୀୟ ଦଳର ନେତୃତ୍ୱ ନେବେ ।

Advertisment

ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରା ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ବୁମରାଙ୍କ ପ୍ରତ୍ୟାବର୍ତନ ଭାରତୀୟ ଦଳ ପାଇଁ ଭଲ ଖବର । ଆୟରଲାଣ୍ଡ ଗସ୍ତ ପାଇଁ ଋତୁରାଜ ଗାଏକ୍ୱାଡଙ୍କୁ ଉପଅଧିନାୟକ କରାଯାଇଛି । ଦଳରେ ଏକାଧିକ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ଅଗଷ୍ଟ ୧୮ ତାରିଖରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେବ । ୨୦ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ମ୍ୟାଚ୍ ଖେଳାଯିବ ।