କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଆସିଲା ଖୁସିଖବର । ଆହତ ହୋଇ ଦଳରୁ ବାଦ୍ ପଡିଥିବା ଦ୍ରୁତ ବୋଲର ଜଶପ୍ରୀତ ବୁମରା ପୁଣିଥରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରିଛି ।

Advertisment

ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଓ ଏହାପରେ ଦିନିକିଆ ସିରିଜ୍ ଖେଳିବାକୁ ଅଛି । ଆଜିଠୁ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଥିବାବେଳେ, ଜାନୁଆରୀ ୧୦ ତାରିଖରୁ ଦିିନିକିଆ ସିରିଜ୍ ଆରମ୍ଭ ହେବ । ଏହି ଦିନିକିଆ ସିରିଜ୍ ପାଇଁ ଜଶପ୍ରୀତ ବୁମରାଙ୍କୁ ଦଳରେ ସାମିଲି କରିଛି ବିସିସିଆଇ ।

୨୯ ବର୍ଷୀୟ ଜଶପ୍ରୀତ ବୁମରା ପିଠିରେ ଯନ୍ତ୍ରଣା କାରଣରୁ କ୍ରିକେଟଠୁ ଦୂରେଇ ରହିଥିଲେ । ସେପ୍ଟେମ୍ବର ମାସଠାରୁ ସେ ଦଳଠାରୁ ଦୂରରେ ରହିଥିଲେ । ତେବେ ଆହତ ଜନିତ ସମସ୍ୟା କାରଣରୁ ସେ ଟି-୨୦ ବିଶ୍ୱକପ୍ ମଧ୍ୟ ଖେଳିପାରିନଥିଲେ । ତେବେ ବର୍ତ୍ତମାନ ସେ ଫିଟ୍ ଘୋଷିତ ହେବା ସହ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି ।

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ – ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, କେ ଏଲ ରାହୁଲ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ ଏବଂ ଅର୍ଶଦୀପ ସିଂହ