ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା, ବାଦ ପଡିଲେ ଯସପ୍ରୀତ ବୁମରା।

245

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଅନୁଭବୀ ଦ୍ରୁତ ବୋଲର ଯସପ୍ରୀତ ବୁମରା ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସେ ମ୍ୟାଚରୁ ବାଦ ପଡିଥିଲେ । ତେବେ ବର୍ତ୍ତମାନ ଏନେଇ ସ୍ପଷ୍ଟ କରାଯାଇଛି ଯେ, ଅକ୍ଟୋବର ୧୬ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ସେ ଖେଳିବେ ନାହିଁ ।

ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ତେବେ ବୁମରା ଅଭ୍ୟାସ ବେଳେ ପିଠିରେ ଯନ୍ତ୍ରଣା ପରେ ମ୍ୟାଚ ଖେଳିପାରିନଥିଲେ। ବୋର୍ଡ ପକ୍ଷରୁ ଆଘାତ ନେଇ ସ୍ପଷ୍ଟ କରାଯାଇଛି, ବର୍ତ୍ତମାନ ଡାକ୍ତରୀଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା କୁହାଯାଉଛି ।