କନକ ବ୍ୟୁରୋ : ଟି-ଟ୍ୱେଂଟି ବିଶ୍ୱକପ୍ରେ ଭାରତ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଟସ୍ ଜିତିବା ପରେ ସ୍କଟଲ୍ୟାଣ୍ଡକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା ବିରାଟ ବାହିନୀ । ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ମାତ୍ର ୮୫ ରନ୍ କରିବାକୁ ସମର୍ଥ ହୋଇଥିଲା । ୧୭ ଓଭର ୪ ଟି ବଲ୍ ଖେଳି ସମସ୍ତ ୱିକେଟ ହରାଇଥିଲା ସ୍କଟଲ୍ୟାଣ୍ଡ । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମି ୩ଟି ଲେଖାଁଏ ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରାଙ୍କୁୁ ୨ଟି ୱିକେଟ ମିଳିଥିଲା । ଆଉ ଏହାରି ସହିତ ଯଶପ୍ରୀତ୍ ବୁମରା ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠୁ ସଫଳତମ ବୋଲର ବନିଯାଇଛନ୍ତି ।
ଟି-୨୦ ଇଣ୍ଟରନ୍ୟାସନାଲରେ ଯଶପ୍ରୀତ୍ ବୁମରା ମୋଟ ୬୪ ୱିକେଟ୍ ନେଇ ବଡ ସଫଳତା ହାସଲ କରିଛନ୍ତି । ଯାହା ଅନ୍ୟ ଭାରତୀୟ ବୋଲରଙ୍କ ତୁଳନାରେ ଅଧିକ । ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୨ଟି ୱିକେଟ୍ ନେଇ ଚହଲଙ୍କୁ ପଛରେ ପକାଇଦେଇଛନ୍ତି ।
କିଏ କେତେ ୱିକେଟ୍ ନେଇଛି :
ଯଶପ୍ରୀତ ବୁମରା- ୬୪
ୟୁଜବେନ୍ଦ୍ର ଚହଲ- ୬୩
ରବିଚନ୍ଦ୍ରନ ଅଶ୍ୱିନ୍- ୫୫
ଭୁବନେଶ୍ୱର କୁମାର- ୫୦
ରବୀନ୍ଦ୍ର ଜାଡେଜା – ୪୩

Advertisment

କେବଳ ଏତିକି ନୁହେଁ ଏହାସହିତ ଯଶପ୍ରୀତ ବୁମରା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠୁ ଅଧିକ ମେଡେନ୍ ଓଭର ନେଇଥିବା ବୋର ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ଯଶପ୍ରୀତ ବୁମରା ମୋଟ ୮ଟି ମେଡେନ୍ ଓଭର ପକାଇଛନ୍ତି । ଶ୍ରୀଲଙ୍କାର ଦକ୍ଷ ବୋଲର ଏନ କୁଲାଶେଖରା ୫୮ଟି ମ୍ୟାଚ୍ ଖେଳି ୬ଟି ମେଡେନ୍ ଓଭର ନେଇଥିବା ବେଳେ, ଯଶପ୍ରୀତ ବୁମରା ୫୪ଟି ମ୍ୟାଚ୍ ଖେଲି ୮ଟି ମେଡେନ୍ ଓଭର ନେଇଛନ୍ତି । ଯାହା ଏକ ବିରଳ ରେକର୍ଡ ବୋଲି କୁହାଯାଇପାରିବ