କନକ ବ୍ୟୁରୋ : ନେଦରାଲାଣ୍ଡ ବିପକ୍ଷରେ ବିଶ୍ୱରେକର୍ଡ କରିଛି ଇଂଲଣ୍ଡ । ଦିନିକିଆରେ ୪୯୮ ରନ କରି ନୂଆ ବିଶ୍ୱରେକର୍ଡ ନିଜ ନାଁରେ କରିଛି ମୋର୍ଗାନ ବାହିନୀ । କେବଳ ଏତିକି ନୁହେଁ ବରଂ ନେଦରଲାଣ୍ଡ ବିପକ୍ଷରେ ୨୩୨ ରନର ବିଶାଳ ବିଜୟ ହାସଲ କରିଛି ଇଂଲଣ୍ଡ । ତେବେ ଏହି ମ୍ୟାଚରେ ରନକୁ ନେଇ ଯେତିକି ଚର୍ଚ୍ଚା ହୋଇନଥିଲା ଇଂଲଣ୍ଡ ବ୍ୟାଟର ଜେସନ ରୟଙ୍କ ୱିକେଟକୁ ନେଇ ତାହା ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା । କାରଣ ଇଂଲଣ୍ଡ ବିଶାଳ ରନସ୍କୋର କରିଥିଲେ ମଧ୍ୟ ଜେସନ ରୟଙ୍କ ଯୋଗଦାନ ଥିଲା ମାତ୍ର ୧ ରନ୍ । ଆଉ ଜେସନ ରୟଙ୍କୁ ପ୍ୟାଭିଲିୟନ ପଠାଇଥିବା ଖେଳାଳୀ ଅନ୍ୟ କେହି ନୁହେଁ ବରଂ ତାଙ୍କର ଭାଇ ଥିଲେ ।

Advertisment

ଜେସନ ରୟଙ୍କୁ ପ୍ରଥମ ଓଭରରେ ହିଁ ସେନ୍ ସ୍ନାଟର ବୋଲ୍ଡ କରିବା ସହ ପ୍ୟାଭିଲିୟନ ପଠାଇଥିଲେ । ସ୍ନାଟରଙ୍କ ବଲକୁ ବୁଝିନପାରି ବୋଲ୍ଡ ହୋଇଥିଲେ ଜେସନ । ଆଉ ପ୍ୟାଭିଲିୟନ ଫେରୁଥିବା ବେଳେ ରୟଙ୍କ ମୁହଁରେ ହସର ରିଆକ୍ସନ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭାଇଙ୍କୁ ଆଉଟ କରି ଜୋରଦାର ସେଲିବ୍ରେସନ କରିଥିଲେ ସ୍ନାଟର । ଆଉ ଏଭଳି ଅନ୍ଦାଜକୁ ପ୍ରଂଶସା କରିଛନ୍ତି କ୍ରିକେଟପ୍ରେମୀ ।