ହାଏରେ ପ୍ରେମ ! ବିଗବସ୍ ଘରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ସମସ୍ତଙ୍କ ସାମ୍ମାରେ କିସ୍ କଲେ ଗାର୍ଲଫ୍ରେଣ୍ଡ ଜସଲିନ୍, ଭିଡିଓ ହେଲା ଭାଇରାଲ୍ ।

67

ଟିଭି ଦୁନିଆର ସବୁଠାରୁ କଣ୍ଟ୍ରୋଭର୍ସିଆଲ ଶୋ’ର ୧୨ ତମ ସିଜିନ ଆରମ୍ଭ ହୋଇଯାଇଛି । ଚଳିତ ସିଜିନରେ ପ୍ରଥମଥର ପାଇଁ ପ୍ରତିଯୋଗୀ ମାନେ ଯୋଡି ଏବଂ ସିଙ୍ଗଲରେ ଭାଗ ନେଇଛନ୍ତି । ଏହି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନ ମଥାରୁ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଯୋଡିଙ୍କର ଏକ ଭିଡିଓ ଚ୍ୟାନେଲର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯିବେ ।

ଏହି ପ୍ରମୋ ଭିଡିଓରେ ଜସଲିନ ବିଗବସର ଘରେ ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜସଲିନ ଅନୁପ ଜଲୋଟାଙ୍କୁ କହୁଛନ୍ତି, ମୁଁ ଆଜି ଆପଣଙ୍କୁ ଏକ କଥା କହିବି ଏହା ଆପଣଙ୍କୁ ପାଳନ କରିବାକୁ ପଡିବ । ଆପଣ କିଛି କରିବେ ନାହିଁ କି ଏହାକୁ ଲିଭାଇବେ ନାହିଁ । ଏହା ପରେ ଜସଲିନ ଅନୁପ ଜଲୋଟାଙ୍କ ମଥାରେ ଏବଂ ଗାଲରେ କିସ କରି ଲିପଷ୍ଟିକର ଦାଗ ଛାଡି ଦିଅନ୍ତି । ଏହା ସବୁ ଦେଖିବା ପରେ ବାକି ସଦସ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି । ଏହା ପରେ ଅନୁପ ଜଲୋଟା କୁହନ୍ତୁ ଏବେ ଏହି ଦାଗ ପୁରା ଦିନ ରହିବ ।