ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ଅଭିନେତ୍ରୀଙ୍କୁ ହେଲା ୧୦୪ ଡ଼ିଗ୍ରୀ ଜ୍ୱର । ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ

2,015

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ପାଖାପାଖି ୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏବଂ ସମ୍ପର୍କୀୟ ଏବେ ବି ତାଙ୍କୁ ଅନୁପସ୍ଥିତିକୁ ଝୁରି ହେଉଛନ୍ତି । କିଛି ଏମିତି ହିଁ ହାଲ୍ ରହିଛି ବିଗବସ୍ – ୧୨ ପ୍ରତିଯୋଗୀ ଜସଲିନ୍ ମଥାରୁଙ୍କର । ଜସଲିନ୍ ସିଦ୍ଧାର୍ଥଙ୍କ ଦେହାନ୍ତ ଖବର ଶୁଣି ଏତେ ମ୍ରିୟମାଣ ହୋଇପଡ଼ିଲେ ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଲା । ତେବେ ହସ୍ପିଟାଲ ବେଡ଼ରୁ ତାଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ କହୁଛନ୍ତି , ଯେ ସିଦ୍ଧାର୍ଥଙ୍କ ଘରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି ।

ଏହି ଭିଡ଼ିଓରେ ଜସଲିନ୍ କହୁଛନ୍ତି ଯେ ମୁଁ ସିଦ୍ଧାର୍ଥଙ୍କ ଘରକୁ ଯାଇ ତାଙ୍କ ମା’ ଏବଂ ସେହନାଜଙ୍କୁ ଭେଟି ଘରକୁ ଚାଲିଆସିଲି । ସେଠାକାର ପରିସ୍ଥିତି ଏତେ ଦୁଃଖଦାୟକ ଥିଲା ଯେ ତାକୁ ବାକ୍ୟରେ ବ୍ୟାଖା କରିବା ମୋ ପକ୍ଷେ ଅସମ୍ଭବ । ତେବେ ମୁଁ ଘରକୁ ପହଂଚିଲା ପରେ ମୋ ପାଖକୁ ଏକ ମେସେଜ୍ ଆସିଥିଲା ଯେଉଁଥିରେ ଲେଖାଥିଲା ‘ତୁମେ ବି ମରିଯାଅ’ା ଯାହା ଦେଖି ମୋତେ ଧକ୍କା ଲାଗିଥିଲା , ଏହା ପରେ ମୋ ଦେହ ଏତେ ଖରାପ ହେଲା ଯେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ଏବେ ମୋ ଦେହରେ ୧୦୪ ଡ଼ିଗ୍ରୀ ଜ୍ୱର ରହିଛି । ଆପଣମାନେ ସମସ୍ତେ ନିଜ ଶରୀରର ଯତ୍ନ ନିଅନ୍ତୁ ।