କ୍ରିକେଟ୍ ଇତିହାସରେ ଆଉ ଏକ ରେକର୍ଡ । ୬ ବଲରୁ ୬ ଛକା ମାରିଲେ ଏହି ଭାରତୀୟ ଖେଳାଳି ।

621

କନକ ବ୍ୟୁରୋ: କ୍ରିକେଟ୍ ଇତିହାସରେ ଆଉ ଏକ ରେକର୍ଡଭରା ଇଂନିସ ଖେଳିଛନ୍ତି ଜଣେ ଭାରତୀୟ । ୬ ବଲରୁ ୬ ଛକା ସହିତ ୨୦ ବଲରୁ ସଂଗ୍ରହ କରିଛନ୍ତି ଧୂଆଁଧାର ୧୧୨ ରନ୍ । ଏହି ବ୍ୟାଟ୍ସମ୍ୟାନଙ୍କ ନାଁ ହେଉଛି ଜସକରଣ ମଲହୋତ୍ରା । ଯିଏକି ଆମେରିକା ପକ୍ଷରୁ କ୍ରିକେଟ୍ ଖେଳିଥାନ୍ତି । ଜସକରଣ ମୂଳତଃ ପଞ୍ଜାବର । ହେଲେ ସେ ଆମେରିକା ପକ୍ଷରୁ କ୍ରିକେଟ୍ ଖେଳିଆସୁଛନ୍ତି । ଆଉ ପପୁଆ ନ୍ୟୁ ଗିନି ବିପକ୍ଷରେ ସେ ଏବେ ଯେଉଁ ମ୍ୟାଚ୍ ଖେଳିଛନ୍ତି ତାହା ତାଙ୍କୁ ଏବେ ଚର୍ଚ୍ଚାକୁ ଆଣିଛି ।

ପପୁଆ ନ୍ୟୁ ଗିନି ବିପକ୍ଷରେ ସେ ୧୭୩ ରନର ମାରାଥନ୍ ଇଂନିସ ଖେଳିବା ସହିତ ୫୦ ତମ ଓଭରରେ ୬ ବଲରୁ ୬ ଛକା ମାରିଛନ୍ତି । ଏହାଦ୍ୱାରା ହର୍ଷେଲ ଗିବ୍ସଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ଦିନିକିଆ କ୍ରିକେଟରେ ଏହି ରେକର୍ଡ ହାସଲ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାତ୍ର ୨୦ ବଲରୁ ହିଁ ସେ ନିଜର ଶତକ ହାସଲ କରିନେଇଥିଲେ ।

ଜସକରଣଙ୍କ ପୂର୍ବରୁ ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ହର୍ଷେଲ ଗିବ୍ସ ଏହି କାରନାମା କରିଦେଖାଇଥିଲେ । ୨୦୦୭ରେ ନେଦରଲ୍ୟାଣ୍ଡ ବିପକ୍ଷରେ ସେ ୬ଟି ବଲରେ ୬ଟି ଛକା ମାରିଥିଲେ । ଏହାପରେ ୨୦୦୭ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତୀୟ ଖେଳାଳି ଯୁବରାଜ ସିଂହ ଇଂଲଣ୍ଡ ବିପକ୍ଷରେ ୬ ବଲରୁ ୬ ଛକା ମାରିଥିଲେ । ହେଲେ ଗିବ୍ସଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଜସକରଣ ଦିନିକିଆରେ ଏହି ରେକର୍ଡ ହାସଲ କରିଛନ୍ତି ।