ରାଜନୀତିର ରାଉଣ୍ଡ-୪! ଯଶିପୁରରେ ଚାଲିଛି ଭୋଟ୍, ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ କାହା ମୁଣ୍ଡରେ ଯଶିପୁର ଶିରିପା ପିନ୍ଧାଇବେ ମତଦାତା ?

123

କନକ ବ୍ୟୁରୋ: କାହାର ହେବ ଯଶିପୁର? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ନେତାଙ୍କ ଭାଗ୍ୟ ପରୀକ୍ଷା । ତେବେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଯଶିପୁର ବିଧାନସଭା ଆସନରେ କାହାକୁ ବସାଇବେ ଭୋଟର, ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ଯଶିପୁରବାସୀ । ତେବେ କ’ଣ ରହିଛି ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି ଇତିହାସ ପଢ଼ନ୍ତୁ ।

୨୦୧୯ର ଲଢେଇ
ବିଜେଡ଼ି – ଗୋଲକ ବିହାରୀ ନାୟକ
କଂଗ୍ରେସ – ମହେନ୍ଦ୍ର ନାୟକ
ବିଜେପି – ଗଣେଷରାମ ଖୁଂଟିଆ

୨୦୧୯-ବିଜେଡି: ଗୋଲକ ବିହାରୀ ନାୟକ
– ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ
– ଗତ ପଂଚାୟତ ନିର୍ବାଚନରେ ମୁଖ୍ୟ ଭୂମିକା
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯-କଂଗ୍ରେସ: ମହେନ୍ଦ୍ର ନାୟକ
– ସେନା ଚାକିରିରୁ ରାଜନୀତି
– ୨୦୦୯ରେ ପରାଜିତ
– ୨୦୧୪ରେ ଟିକେଟ୍ ମିଳିନଥିଲା
– ଦ୍ୱିତୀୟଥର ପାଇଁ ପ୍ରାର୍ଥୀ

୨୦୧୯-ବିଜେପି: ଗଣେଷରାମ ଖୁଂଟିଆ
– ଚାକିରିରୁ ରାଜନୀତି
– ବିଜେପିର ନୂଆ ମୁହଁ
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ଅନୁସୂଚିତ ଜନଜାତି ( ଏସ୍ଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ଯଶିପୁର ବ୍ଲକ, ରରୁଆଁ ବ୍ଲକ, ସୁକ୍ରୁଲି ବ୍ଲକ, ଏବଂ କୁସୁମୀ ବ୍ଲକର ୯ଟି ପଂଚାୟତକୁ ନେଇ ଗଠିତ
– ୧୯୫୭ରେ ନିର୍ବାଚନମଣ୍ଡଳୀ ଗଠିତ
– ମୟୂରଭଞ୍ଜ ଲୋକସଭା କ୍ଷେତ୍ର
– ଶମ୍ଭୁନାଥ ନାୟକ ୩ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୪ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୧ ହଜାର ୦୯୭
– ମତ ଦେଇଥିଲେ – ୧ ଲକ୍ଷ ୫୩ ହଜାର ୦୦୩
– ଭୋଟଦାନ ହାର – ୮୦.୦୭%

୨୦୧୪ର ଫଳାଫଳ
ପ୍ରାର୍ଥୀ                       ଦଳ           ଭୋଟ           ପ୍ରତିଶତ     ଫଳାଫଳ
ମଙ୍ଗଳ ସିଂ ମୁଦି          ବିଜେଡି        ୩୯,୪୪୦     ୨୫.୭୮%    ବିଜୟୀ
ମିନତୀ ନାୟକ           କଂଗ୍ରେସ       ୯,୫୧୮         ୬.୨୨%      ପରାସ୍ତ
ରଘୁନାଥ ହେମ୍ବ୍ରମ୍       ବିଜେପି        ୨୪,୩୧୯     ୧୫.୮୯%     ପରାସ୍ତ
ସମ୍ଭୁନାଥ ନାୟକ      ଏସୟୁସିଆଇ  ୩୩,୬୪୬    ୨୧.୯୯%    ପରାସ୍ତ
ମହେଶ ଚନ୍ଦ୍ର ହେମ୍ବମ୍   ଜେଏମ୍ଏମ୍ ୨୫,୦୭୭       ୧୬.୩୯       ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ମଙ୍ଗଳ ସିଂ ମୁଦି ନିର୍ବାଚନ ଜିତିଥିଲେ
– ୩୯ ହଜାର ୪୪୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ଏସୟୁସିଆଇ ପ୍ରାର୍ଥୀ ସମ୍ଭୁନାଥ ନାୟକଙ୍କୁ ପରାସ୍ତ କରିଥିଲେ
– ୫ ହଜାର ୭୯୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ