କନକ ବ୍ୟୁରୋ : ନୂଆ ଧଳା ଲୁଗା ଓ ପାଉଡର ଲଗାଇ ମା’ କୋଳରେ ସଜେଇ ହେଉଛି ଝାନ୍ସୀ ରାଣୀ । କିନ୍ତୁ ଝାନସୀଙ୍କ ସଜେଇ ହେବାର କାରଣ ଅଲଗା । ଜାପାନୀ ଏନସେଫାଲାଇଟିସ ଆଗରେ ହାରିଯିବା ପରେ ଜୀବନର ଶେଷ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ଝାନସୀ ।
ମା'ଙ୍କ ଆଖିରେ ଶୁଖିଯାଇଛି ଲୁହ, ବାପା ଲାଗିଛନ୍ତି କଫିନ୍ ପ୍ରସ୍ତୁତିରେ । ବାଇବେଲ ପାଠ ଓ ପ୍ରାର୍ଥନା ପରେ ଆରମ୍ଭ ହୋଇଛି ଶେଷ ଯାତ୍ରା । ଜୀବନ କ’ଣ ବୁଝିବା ପୂର୍ବରୁ ମଶାଣୀର ଲୀନ ହୋଇଯାଇଛି ତା ଶରୀର । ଜୀବନ ସଂଗ୍ରାମରେ ହାରିଯାଇଛି ଝାନସୀ ରାଣୀ । ପ୍ରଥମେ କୋରୁକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲେ ବି ଝାନସୀ ରାଣୀଙ୍କୁ ବଂଚାଇବାରେ ବିଫଳ ହୋଇଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ ।
ଗାଁରେ ଗୋଟିଏ ପଟେ ଜାପାନୀ ଏନସେଫାଲାଇଟିସ ପାଇଁ ଚାଲିଛି ସ୍ୱାସ୍ଥ୍ୟ ଶିବିର ତ ଅନ୍ୟପଟେ ଚାଲିଛି ଶବ ଶୋଭାଯାତ୍ରା । ପ୍ରତି ଥର ପରି ଏଥର ବି ଗାଁରେ ବିଳମ୍ବରେ ପହଂଚିଛି ଡାକ୍ତରୀ ଦଳ । ସମଗ୍ର ଜିଲ୍ଲାରେ ଝାନସୀ ରାଣୀଙ୍କ ପରି ୨୧ଜଣ ନୀରିହ ଶିଶୁଙ୍କ ଜୀନନ ନେଇଛି ଏହି ମାରାତ୍ମକ ରୋଗ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-30-19h46m35s947.png)