ମାଲକାନଗିରି : ଜାପାନୀଜ୍ ଏନସେଫାଲାଇଟିସ୍ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରିରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ଏନସେଫାଲାଇଟିସର ମୁକାବିଲା ନେଇ ଆକ୍ସନ ପ୍ଲାନ ପ୍ରସ୍ତୃତ ହୋଇଛି, ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା । ପ୍ରତି ବ୍ଲକରେ ଆକ୍ରାନ୍ତ ଶିଶୁଙ୍କୁ ଡ଼ାକ୍ତରଖାନାକୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି କରାଯିବ । ଏହାସହ ହସ୍ପିଟାଲରେ ବିଶେଷଜ୍ଞ ଡ଼ାକ୍ତର କ୍ଲିନିକାଲ ସପୋର୍ଟ ଦେବେ ବୋଲି କୁହାଯାଇଛି ।
ସେପଟେ ଏହି ମାରାତ୍ମକ ରୋଗରେ ବଢିଚାଲିଛି ଶିଶୁ ମୃତ୍ୟୁ ସଂଖ୍ୟା । ପୁଣି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଫଳରେ ଶିଶୁ ମୃତ୍ୟୁ ସଂଖ୍ୟା ୨୯ରେ ପହଚିଂଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-04-13h22m00s183.png)