ପ୍ରେମ ପାଇଁ ହରାଇଲେ ରାଜକୀୟ ମାନ୍ୟତା, କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି କରିଲେ ଏମିତି କାମ

127

କନକ ବ୍ୟୁରୋ : ଜାପାନର ରାଜକୁମାରୀ ମାକୋ ପ୍ରେମ ପାଇଁ ତାଙ୍କର ରାଜକୀୟ ମାନ୍ୟତା ହରାଇଛନ୍ତି । ସେ କୋଇ କୋମୁର ନାମକ ତାଙ୍କ ପ୍ରେମିକଙ୍କୁ ବିବାହ କରିଛନ୍ତି । ଏହି ବହାଘରେ ମାକୋ ଆଉ ଜାପାନର ରାଜକୁମାରୀ ହୋଇ ରହିପାରିବେ ନାହିଁ । ଜାପାନ ରାଜପରିବାରର ନିୟମ ମୁତାବକ ଯଦି ରାଜବଂଶର କେହି ସାଧାରଣ ଲୋକଙ୍କୁ ବିବାହ କରେ ତେବେ ତାଙ୍କ ଠାରୁ ରାଜକୀୟ ମାନ୍ୟତା ପ୍ରତ୍ୟାହାର କରାଯାଇଥାଏ ।
‘ଇମ୍ପରିଅଲ ହାଉସହୋଲ୍ଡ’ ଏଜେନ୍ସି ମୁତାବକ ମାକୋ ଓ କୋମୁରୋଙ୍କ ବାହାଘର ଦସ୍ତାବିଜ୍ ମହଲର ଜଣେ ଅଧିକାରୀ ପ୍ରସ୍ତୁତ କରିଛନ୍ତି । କୁହାଯାଇଛି କି ମାକୋ ଚଳିତମାସ ଆରମ୍ଭରୁ ବିବାଦରେ ରହିଥିଲେ । ସେ ତାଙ୍କର ବାହାଘର ବାବଦରେ ନକରାତ୍ମକ କଥା ବିଶେଷ କରି କୋମୁରୋଙ୍କୁ ରାଜପରିବାର ତରଫରୁ ଟାର୍ଗେଟ କରାଯିବାକୁ ନେଇ ସେ ବିବ୍ରତ ଥିଲେ ।

ସବୁଠାରୁ ବଡକଥା ବାହାଘର ବେଳେ ମାକୋ ରାଜପରିବାରରୁ ଗୋଟିଏ ଟଙ୍କା ବି ନେବାକୁ ମନାକରିଦେଇଥିଲେ । ଦ୍ୱତୀୟ ବିଶ୍ୱଯୁଦ୍ଧ ପରେ ରାଜ ପରିବାର ପାଇଁ ଏହା ପ୍ରଥମ ଘଟଣା ଥିଲା କି ରାଜପରିବାରର କେହି ଜଣେ ସାଧାରଣ ଲୋକଙ୍କୁ ବିବାହ କଲେ ଓ ରାଜପରିବାରରୁ କୌଣସି ଅର୍ଥ କି ସଂପତ୍ତି ନେଲେ ନାହିଁ । ରିପୋର୍ଟ ମୁତାବକ ଏହି ବାହାଘରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ ।

କହିରଖୁ କିଳ ମାକୋ ଜାପାନର ପୂର୍ବ ସମ୍ରାଟ ଅକିହିତିଙ୍କ ନାତୁଣୀ । ସେ ଏବେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୨୦୧୭ ରେ ତାଙ୍କର ବନ୍ଧୁ କୋମୁରୋଙ୍କ ସହ ନିର୍ବନ୍ଧ କରିଥିଲେ । କୋମୁରୋ ଜଣେ ସାଧାରଣ ପରିବାରରୁ ଆସିଛନ୍ତି ଓ ଆମେରିକାର ଏକ ଆଇନ ପରାମର୍ଶଦାତା ଭାବେ କାମ କରୁଛନ୍ତି । କୋମୁରୋ ୨୦୧୩ ରେ ମାକୋଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ଏନେଇ କୋମୁରୋଙ୍କ ପରିବାରେ ଦେଖାଦେଇଥିବା ବିବାଦ ଯୋଗୁଁ ଏହି ବାହାଘର ୪ ବର୍ଷ ଧରି ଅଟକିଥିଲା ।

ସୂଚନା ଥାଉକି ପ୍ରଥମେ ପ୍ରଥମେ ମାକୋ ତାଙ୍କର ପ୍ରେମକୁ ଲୁଚାଇ ରଖିଥିଲେ । ସେ ବ୍ରିଟେନରେ ପାଠପଢା ସାରି ୨୦୧୭ ରେ ଘୋଷଣା କରିଥିଲେ କି ଖୁବଶୀଘ୍ର ସେ ଜଣେ ସାଧାରଣ ନାଗରିକଙ୍କୁ ବିବାହ କରିବାକୁ ଯାଉଛନ୍ତି ।