ଜାପାନୀ ପୋଦିନା ଚାଷ ଯୋଗାଉଛି ରୋଜଗାର । ନବରଙ୍ଗପୁର ଜିଲ୍ଲାରେ ଜାପାନୀ ପୋଦିନା ଚାଷ ପ୍ରତି ବଢ଼ୁଛି ଆଗ୍ରହ । ଏକର ପିଛା ପ୍ରାୟ ଷାଠିଏ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ

209

କନକ ବ୍ୟୁରୋ: କରୋନା ଭଳି ମହାମାରୀ ସମୟ ରେ ଜାପାନୀ ପୂଦୀନା ଦେଉଛି ଚାଷୀ ଙ୍କୁ ରୋଜଗାର । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ଯେ ଅନେକ ଯୁବ ଚାଷୀ ଙ୍କୁ ଆଶା ଦେଖାଏ ତାହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜାପାନୀ ପୂଦିନା ଚାଷ କରି ଯୁବ ଚାଷୀ ଅନେକ ଙ୍କୁ ଦେଖାଉଛନ୍ତି ନୂତନ ସମ୍ଭାବନା ।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷେ୍ନø ର ପ୍ରତ୍ୟକ୍ଷ ସହଯୋଗରେ ନବରଙ୍ଗପୁର ଜିଲ୍ଲାର ଚାଷୀ କିଛି ନୂତନ ଧରଣ ର ବ୍ୟବସାୟ ଭିତିକ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି । ଚୁରାହାଣ୍ଡିର ଶିକ୍ଷିତ ଯୁବ ଚାଷୀ ଙ୍କୁ ନେଇ ଆରମ୍ଭ ହୋଇଛି ଜାପାନୀ ପୁଦିନା ତେଲ ଉତ୍ପାଦନ ର ପାଇଲଟ ପ୍ରକଳ୍ପ । ଏହି ଥିରେ ସାମିଲ ହୋଇଛନ୍ତି କିଛି ଉଚ୍ଚ ଶିକ୍ଷିତ ଯୁବକ । ପାରମ୍ପରିକ ଧାନ ଆଖୁ ଚାଷ ପରେ ଜାନୁୟାରୀ ମାସ ଠାରୁ ଜମି ପଡିଆ ପଡୁଥିଲା । ସେହି ପଡିଆ ପଡିଥିବା ଜମିରେ ଜାପାନୀ ପୁଦିନା ଚାଷ କରି ଏକର ପିଛା ପ୍ରାୟ ଷାଠିଏ ହଜାର ଟଙ୍କା ରୋଜଗାର ପାଉଛନ୍ତି । ଚାଷୀ ଙ୍କ ଆଗ୍ରହ ଦେଖି ନବରଙ୍ଗପୁର ବ୍ଲକ ଡୁଡୁରିଗୁଡା ଠାରେ ଜାପାନୀ ପୋଦିନା ପତ୍ରରୁ ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହୋଇଛି ।

ନୂଆ କିଛି କରିବା ଓ ଆତ୍ମ ନିର୍ଭରଶୀଳ ହେବା ଲକ୍ଷ୍ୟରେ ଏହି ଯୁବ ଚାଷୀମାନେ ଆପଣେଇଛନ୍ତି ପୁଦିନା ଚାଷ । ଜାପାନୀ ପୋଦିନା ଚାଷ କରି ସେଥିରୁ ତେଲ ବାହାର କରାଯାଏ । ଏହି ତେଲ ଲିଟର ପିଛା ୧୩୦୦ ଟଙ୍କାରେ ବିକ୍ରି ହୋଇଥାଏ । ଜାପାନୀ ପୁଦିନା ଔଷଧ ତିଆରିରେ ବ୍ୟବହାର ହେଉଥିବାରୁ ଏହାର ଚାହିଦା ଭଲ ରହିଛି । ୪ ମାସରେ ଏକର ପିଛା ଚାଷୀମାନେ ୬୦ ହଜାର ପର୍ଯ୍ୟନ୍ତ ଲାଭ କରିପାରୁଛନ୍ତି । ଫଳରେ ଏହି ଚାଷ ନେଇ ଚାଷୀଙ୍କ ମନରେ ଆଗ୍ରହ ବଢ଼ୁଛି ।