ମାଲକାନଗିରି : ମହାମାରୀର ରୂପ ନେଇସାରିଛି ଜାପାନୀଜ୍ ଏନସେଫାଲାଇଟିସ । ପ୍ରତିଦିନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଗତକାଲି ରାତିରେ ଜଣେ ଶିଶୁ ଓ ଆଜି ଭୋରରୁ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଏହି ମାରାତ୍ମକ ରୋଗରେ ମୃତକଙ୍କ ସଂଖ୍ୟା ୪୧ ଛୁଇଁଛି । ଏହି ରୋଗର ପ୍ରଭାବ କମିବାର ନାଁ ଧରୁନି। ସ୍ୱାସ୍ଥ୍ୟ ବିଭାଗର ସବୁ ପ୍ରକାର ଚେଷ୍ଠା ମହାମାରୀ ରୋକିବା ଏପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ।
ସେପଟେଙ୍କ ଆଉ ଏକ ଘଟଣା ମାଳକାନଗିରିର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇ ଦେଇଛି। ଗତକାଲି ତିନିଟାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜୁଳି ନାହିଁ । ଯେଉଁ ଜେନେରେଟର ଚାଲିଛି, ସେଥି ଯୋଗୁଁ କାଁ ଭାଁ କେତୋଟି ବଲବ୍ ଜଳୁଛି । ଗରମରେ ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସଂପର୍କୀୟ ଘାଂଟି ହେଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-07-08h02m44s424.png)