କନକ ବ୍ୟୁରୋ : ଏବେ ଏବେ ଦେଶରେ ଉଡନ୍ତା କାରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜାପାନର ଏକ ଷ୍ଟାଟଅପ୍ କମ୍ପାନୀ ଉଡୁଥିବା ବାଇକ ପ୍ରସ୍ତୁତ କରିଛି । ଏହି ବାଇକ ଏବେ ବୁକିଂ ଆରମ୍ଭ ହୋଇଯାଇଛି । ଟୋକିଓ ବେଷ୍ଟ ଡ୍ରୋନ ଷ୍ଟାଟଅପ୍ (Hoverbike) ଦ୍ୱାରା ଏହି ବାଇକ୍ ପ୍ରସ୍ତୁତ କରାଯାଇଛି ।
ଏହି Hoverbike ବାଇକର ନାମ XTurismo Limited Edition ରଖାଯାଇଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି କି ଏହି ବାଇକ ୪୦ ମିନିଟ ଧରି ଆକାଶରେ ଉଡିପାରିବ । ଏହି ବାଇକର ସ୍ପିଡ 100 kph (62 mph) ପର୍ଯ୍ୟନ୍ତ ଯାଇ ପାରିବ । ଏଥିରେ ଏକ କନବେଶନାଲ ଇଂଜିନ ଓ ମୋଟରକୁ ଶକ୍ତି ଯୋଗାଇବାକୁ ୪ ଟି ବ୍ୟାଟେରୀ ଦିଆଯାଇଛି । ଏହି ଗାଡିର ଦାମ ୭୭.୭ ମିଲୟନ ୟେନ ବା ଭାରତୀୟ ମୁଦ୍ରାରେ ୫.୦୯ କୋଟି ଟଙ୍କା ରଖାଯାଇଛି ।
A.L.I. Technologies ଦ୍ୱାରା XTURISMO Limited Edition ଗାଡିର ବୁକିଂ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୦୦ ୟୁନିଟ୍ ଉଡନ୍ତା ବାଇକ ନିର୍ମାଣ କରାଯିବ ।
ନ୍ୟୁଜ ଏଜେନ୍ସ ରଏଟର୍ସକୁ ଚିପ୍ ଏକଜ୍ୟୁଟିଭ ଡାଇସୁକେ କାଟାନୋ କହିଛନ୍ତି କି ଏପର୍ଯ୍ୟନ୍ତ କେବଳ ରାସ୍ତା ଓ ଆକାଶରେ ଗାଡି ଉଡାଇବାର ସ୍ୱପ୍ନ ଥିଲା । ଯାହା ଏବେ ପୁରଣ ହେବାକୁ ଯାଉଛି । ସେ କହିଛନ୍ତି କି ନାଲି ଓ କଳା ରଙ୍ଗର ଏହି ବାଇକର ବଡି ମୋଟରସାଇକେଲ ଭଳି ଦେଖିବାକୁ । ଏହି ଗାଡିର ମୋଟର ସ୍ଥିର ହେବା ପରେ ଏହା ଲ୍ୟାଣ୍ଡିଂ କରିବ ବୋଲି ସେ କହିଛନ୍ତି ।