କନକ ବ୍ୟୁରୋ : ଅନୁଗୁଳରେ ଜାପାନିଜ୍ ରୋଗ ଆତଙ୍କ । ଓଡ଼ିଶାରେ ପୁଣି ଜାପାନିଜ୍ ଏନକାଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗରେ ଅନୁଗୁଳ ଜିଲ୍ଲାର ୨ଜଣ ପୀଡ଼ିତ ଥିବା ନେଇ ସମ୍ଭାବନା ଥିବା ସନ୍ଦେହ ହେବା ଫଳରେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଛି । ଅନୁଗୁଳରେ କେଉଁ ପରିସ୍ଥିତିରେ ଜେଇରେ ଦୁଇ ଶିଶୁ ଆକ୍ରାନ୍ତ ହେଲେ ଓ ଏହାର ପ୍ରକୃତ କାରଣ କ’ଣ ରହିଛି ଏହାର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗରୁ ଏକ ଟିମ୍ ଅନୁଗୁଳ ଗସ୍ତରେ କିଛି ଦିନ ପୂର୍ବରୁ ଆସିଥିଲେ । ସେମାନେ ଜିଲ୍ଲାରେ ମ୍ୟାଲେରିଆ ଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ହାସଲ କରିବେ । ଆଉ ଏହାର ମୁକାବିଲା ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବେ ।

Advertisment

ଗତ କିଛି ବର୍ଷ ପୂର୍ବେ ରାଜ୍ୟରେ ମାଲକାନଗିରିରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ଅନେକ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଶତାଧିକ ପୀଡ଼ିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ଘୁଷୁରୀ ପାଇଁ ଏହି ରୋଗରେ ଶିଶୁମାନେ ପୀଡ଼ିତ ହେଉଥିବାବେଳେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି