ବର୍ଷେ ପରେ ପୁଣି ଫେରିଲା ଜାପାନୀ ଜ୍ୱର । ଜଣେ ଶିଶୁକନ୍ୟାର ମୃତ୍ୟୁ, ୩ଆକ୍ରାନ୍ତ

Advertisment
ବର୍ଷେ ପରେ ପୁଣି ଫେରିଲା ଜାପାନୀ ଜ୍ୱର । ଜଣେ ଶିଶୁକନ୍ୟାର ମୃତ୍ୟୁ, ୩ଆକ୍ରାନ୍ତ

source: google.co.in

କନକ ବ୍ୟୁରୋ : ବର୍ଷେ ପରେ ପୁଣି ଫେରିଛି ଜାପାନି ଜ୍ୱର । ବର୍ଷକ ପରେ ପୁଣି ଓଡ଼ିଶାକୁ ଫେରିଛି ଜାପାନିଜ ଏନସେଫାଲିଟିସ ବା ଜାପାନୀ ଜର (ଜେଇ)। ଗତ ଦୁଇ ସପ୍ତାହ ମଧ୍ୟରେ ୩ ଜଣ ଶିଶୁ ଏହି ଜରରେ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଧା ଜିଲ୍ଲା ଭୁଷଣ୍ଡପୁର ଅଞ୍ଚଳର ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକର ନାଁ ହେଉଛି ଶୁଭଲକ୍ଷ୍ମୀ ବେହେରା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ଡିସେମ୍ବର ୨୨ ତାରିଖରୁ ଶିଶୁଟିର ମୃତ୍ୟୁ ଘଟିଥିଲେ ମଧ୍ୟ ସରକାରୀ ଭାବେ ଏହାକୁ ଗୋପନ ରଖାଯାଇଛି।

ଅପରପକ୍ଷରେ ଖୋର୍ଧା ଜିଲ୍ଲାର ଚନ୍ଦକା ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଏବଂ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଜଣେ ଶିଶୁ ଏହି ଜରରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉଭୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାପାନୀ ଜର ନିୟନ୍ତ୍ରଣ ପାଇଁ ଟିକାକରଣ କରାଯାଇଥିବା ସତ୍ତ୍ୱେ ଏଥିରେ ୩ଜଣ ଆକ୍ରାନ୍ତ ହେବାକୁ ନେଇ ହଇଚଇ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଜର ବ୍ୟାପିଲା ତାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ଘର ପାଖ ଅଞ୍ଚଳରେ ଅନ୍ୟ କେହି ଏଥିରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହାର ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ମାଲକାନାଗିରିରେ ଜାପାନିଜ ଏନସେଫାଲାଇଟିସ ବ୍ୟାପିବା ସହ ଏହା ଘାତକ ରୂପ ନେଇଥିଲା। ସରକାରୀ ଭାବେ ଜେଇରେ ଆକ୍ରାନ୍ତ ହୋଇ ୧୦୩ ଜଣ ଶିଶୁ ପ୍ରାଣ ହରାଇଥିବାବେଳେ ଶହ ଶହ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ପରେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଜେଇକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ପରବର୍ତୀ ସମୟରେ ଟିକାକରଣ କରାଯାଇଥିଲା। ପରେ ପରେ ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏକାସାଙ୍ଗରେ ଜେଇର ଟିକାକରଣ କରାଯାଇଥିଲା। ତେବେ ଗତବର୍ଷ ରାଜ୍ୟରେ ଗୋଟିଏ ହେଲେ ଜେଇ ଘଟଣା ନଜରକୁ ଆସି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe