ତାଇୱାନ, ଦକ୍ଷିଣ କୋରିଆ ପରେ ଜାପାନ ଗସ୍ତରେ ଆମେରିକା ବାଚସ୍ପତି: ଚୀନ୍ ଉପରେ ପୁଣି ବର୍ଷିଲେ ନାନ୍ସି ପେଲୋସି

202

କନକ ବ୍ୟୁରୋ: ତାଇୱାନକୁ ଅଲଗା କରିବା ସହ ଏହି ଛୋଟିଆ ଦ୍ୱୀପକୁ ନିଜ କବଜାରେ କରିବାକୁ ପ୍ରୟାସରତ ଚୀନ ଉପରେ ପୁଣି ବର୍ଷିଛନ୍ତି ଆମେରିକାର ସଂସଦର ଅଧ୍ୟକ୍ଷ ନାନ୍ସି ପେଲୋସି । ଆମେରିକା ଅଧିକାରୀଙ୍କୁ ତାଇୱାନ ଗସ୍ତରୁ ରୋକି ଚୀନ ଏହି ସ୍ୱୟଂଶାସିତ ଦ୍ୱୀପକୁ ଅଲଗା କରିପାରିବ ନାହିଁ ବୋଲି କହିଛନ୍ତି ନାନ୍ସି ପେଲୋସି । ଏସିଆ ଗସ୍ତର ଶେଷ ପର୍ଯ୍ୟାୟରେ ଜାପାନର ରାଜଧାନୀ ଟୋକିଓରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ଏମିତିକି ଚୀନ୍, ତାଇୱାନକୁ ଏକଘରିକିଆ କରିପାରିବ ନାହିଁ ବୋଲି ମଧ୍ୟ ନାନ୍ସି କହିଛନ୍ତି । ନାନ୍ସି କହିଛନ୍ତି, ତାଇୱାନ ସହ ଆମର ବନ୍ଧୁତା ବହୁତ ମଜଭୁତ । ତାଇୱାନରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଓ ଆମେ ସର୍ବଦା ତାଇୱାନ ସହ ଛିଡ଼ା ହୋଇ ରହିଛୁ ବୋଲି କହିଛନ୍ତି ।

ତାଇୱାନ ଗସ୍ତ ପରେ ନାନ୍ସି ଦକ୍ଷିଣ କୋରିଆ ଓ ପରେ ଜାପାନ ଗସ୍ତ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଚୀନ୍ । ଜାପାନ ଗସ୍ତ କରି ନାନ୍ସି ଚୀନକୁ ବଡ଼ ବାର୍ତା ଦେବା ପାଇଁ ଚାହିଁଛନ୍ତି ଯେ ତାଇୱାନ ସହ ଛିଡ଼ା ହୋଇ ଆମେରିକା ଏବେ ଚୀନକୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ।

ତାଇୱାନ ଉପରେ ଚୀନର ଆକ୍ରମଣ
ନିନ୍ଦା କଲେ ଜାପାନ ପ୍ରଧାନମନ୍ତ୍ରୀ
କହିଲେ, ତାଇୱାନ ବିରୋଧରେ ଚୀନର ସମରାଭ୍ୟାସ ଚିନ୍ତାଜନକ
ଚୀନର ମିଜାଇଲ ମାଡ଼ ଶାନ୍ତି ଓ ସୁରକ୍ଷା ପାଇଁ ବିପଦ
ଶାନ୍ତି ବଜାୟ ରଖିବା ପାଇଁ ଆକ୍ରମଣକୁ ତୁରନ୍ତ ରୋକାଯାଉ

ନାନ୍ସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ତାଇୱାନକୁ ଚାରିପଟୁ ଘେରିବା ସହ ଘନଘନ ମିଜାଇଲ ମାଡ଼ ମଧ୍ୟ କରିଛି ଚୀନ୍ । ଯାହାକୁ ନିନ୍ଦା କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦୋ । ଚୀନର ଏଭଳି ନିଷ୍ପତିକୁ ଜାପାନ ଦୃଢ଼ ବିରୋଧ କରୁଥିବା ସେ କହିଛନ୍ତି । କାରଣ ଏହାଦ୍ୱାରା ଜାତୀୟ ସୁରକ୍ଷା ପ୍ରଭାବିତ ହେବ ବୋଲି କିଶିଦୋ କହିଛନ୍ତି । ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପେଲୋସି ଓ ତାଙ୍କ କଂଗ୍ରେସ ପ୍ରତିନିଧି ସଳ ଚୀନ, ଉତର କୋରିଆ ଓ ରୁଷିଆ ସମ୍ପର୍କରେ ସେମାନଙ୍କର ମିଳିତ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ତାଇୱାନରେ ଶାନ୍ତି ଓ ସ୍ଥିରତା ପାଇଁ କାର୍ଯ୍ୟ କରିବାକୁ ଏହି ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ ।

ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ୟୁକ୍ରେନକୁ ସମର୍ଥନ କରୁଛି । ଆଗକୁ ଯଦି ଚୀନ୍ ଓ ତାଇୱାନ ମଧ୍ୟରେ ଯୁଦ୍ଧ ହେବ, ତାହେଲେ ଆମେରିକା, ତାଇୱାନକୁ ସମର୍ଥନ ଦେବ ବୋଲି ସ୍ପଷ୍ଟ କରିସାରିଛି । ସେପଟେ ତାଇୱାନ ଆଖପାଖରେ ଚୀନର ସାମରିକ ଅଭ୍ୟାସକୁ ଜି-୭ ନିନ୍ଦା କରିଛି । ଫଳରେ ଚୀନ୍ ଓ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବାକୁଥିବା ଦ୍ୱିପାକ୍ଷିକ ଆଲୋଚନାକୁ ବାତିଲ