ଜାପାନରେ ବଢ଼ୁଛି କରୋନା ସଂକ୍ରମଣ । ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି ଘୋଷଣା କଲେ ସରକାର

127

କନକ ବ୍ୟୁରୋ : ଜାପାନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ଟୋକିଓରେ ଅଲମ୍ପିକ୍ ଚାଲିଥିବାରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ କ୍ରୀଡାବିତ୍ ଏକାଠି ହୋଇଛନ୍ତି ।

ଟୋକିଓ ଏବଂ ଓକିନାୱାରାରେ ଦୁଇ ଦିନ ଭିତରେ ୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲମ୍ପିକ୍ସରୁ ଆଉ ୨୧ ଜଣ ପଜିଟିଭ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪ ଜଣ କଂଟ୍ରାକ୍ସର ଥିବା ବେଳେ ୭ ଜଣ ଅଫିସିଆଲସ୍ ଅଛନ୍ତି । ବର୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୪୧ରେ ପହଞ୍ଚିଲାଣି । ଅଲମ୍ପିକ୍ସ ପାଇଁ ଜାପାନରେ କରୋନା ସଂକ୍ରମଣ ବଢୁଥିବା କୁହାଯାଉଛି ।