ସଫଳ ହେଲା ଜାପାନର ମୁନ୍ ମିଶନ୍ । ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଓହ୍ଲାଇଲା ଜାପାନ ।

486

କନକ ବ୍ୟୁରୋ: ମହାକାଶରେ ଜାପାନ ରଚିଲା ଇତିହାସ । ୫ମ ଦେଶ ଭାବେ ଜହ୍ମରେ ଅବତରଣ କଲା ଜାପାନ । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ୫ମ ଦେଶ ସଫଳ ଅବତରଣ କରିଛି । ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି ।

ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ୦୬ ସେପ୍େଟମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଂଚ ହୋଇଥିଲା । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଜାପାନ ମଧ୍ୟ ଗତବର୍ଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର ପଠାଇଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା ।

ଗତବର୍ଷ ଭାରତ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଥିଲା । ଚନ୍ଦ୍ରରେ ପହଞ୍ଚିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି । ସେହିପରି ଗତବର୍ଷ ରୁଷିଆ ମଧ୍ୟ ଚନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରିଥିଲା କିନ୍ତୁ ଏଥିରେ ବିଫଳ ହୋଇଥିଲା ।