ଯାହା ଲାଗି ଧନ, ଦୌଲତ , ଐଶ୍ୱର୍ଯ୍ୟ ସବୁ ଛାଡିଲେ ସେ ପରୀକ୍ଷାରେ ଫେଲ । କ’ଣ କହିଲେ ରାଜକୁମାରୀ?

285

କନକ ବ୍ୟୁରୋ: ଜାପାନ ରାଜକୁମାରୀ ମାକୋ ନିକଟରେ ନିଜ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଆସୁଛନ୍ତି । ନିକଟ ଅତୀତରେ ରାଜ ପରିବାର ବିରୋଧରେ ଯାଇ ବୟଫ୍ରେଣ୍ଡ କେଇ କୋମୁରୋଙ୍କୁ ବିବାହ କରିଥିଲେ । ଏହି ବିବାହକୁ ନେଇ ଦୁହେଁ ମାକୋ ଓ କୋମୁରୋ ଚର୍ଚ୍ଚାରେ ଥିଲେ । ଏହା ଭିତରେ ଖବର ଆସିଛି ଯେ, ରାଜ କୁମାରୀ ମାକୋଙ୍କ ପି କୋମୁରୋ ନ୍ୟୁୟର୍କ ଷ୍ଟେଟ୍ ବାର୍ ପରୀକ୍ଷାରେ ବିଫଳ ହୋଇଛନ୍ତି । ଏହାକୁ ନେଇ ଏମିତି କିଛି କହିଛନ୍ତି ମାକୋ ।

ଡେଲି ମେଲର ରିପୋର୍ଟ ମୁତାବକ, ରାଜକୁମାରୀ ମାକୋଙ୍କ ପତି କୋମୁରୋ ଚଳିତ ବର୍ଷ ଆରମ୍ଭରେ ନ୍ୟୁୟର୍କ ଷ୍ଟେଟ୍ ବାର ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ଶୁକ୍ରବାର ନ୍ୟୁୟର୍କ ଷ୍ଟେଟ୍ ବୋର୍ଡ ଅଫ୍ ଲ ଏକ୍ଜାମିନର୍ସ ୱେବସାଇଟରେ ଆସିଥିଲା । କିନ୍ତୁ ସଫଳ ତାଲିକାରେ କୋମୁରୋଙ୍କ ନାଁ ନାହିଁ । ଯଦିଓ ରେଜଲ୍ଟ ଜାଣିବା ପରେ ପଢା ଜାରି ରଖିବାକୁ କହିଛନ୍ତି କୋମୁରୋ । ପୁଣିଥରେ ଫେବୃଆରୀରେ ଏହି ପରୀକ୍ଷା ଦେବେ । ଏନେଇ ରାଜକୁମାରୀ ମଧ୍ୟ ବେଶ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି । ପାରୁ ପର୍ଯ୍ୟନ୍ତ ସେ କୁମୋରୋଙ୍କୁ ପଢାରେ ସହଯୋଗ କରିବେ । ତାଙ୍କର ସଫଳତା ପାଇଁ ଯାହା ଆବଶ୍ୟକ ସେସବୁ ସେ କରିବାକୁ ପ୍ରସ୍ତୁତ ବୋଲି ମାକୋ କହିଛନ୍ତି ।

ସୂଚନା ମୁତାବକ, ୨୯ ବର୍ଷିୟା ମାକୋ ଜାପାନର ପୂର୍ବ ସମ୍ରାଟ ଅକିହିତୋଙ୍କର ନାତୁଣୀ । ୨୦୧୭ରେ ସେ କୋମୁରୋଙ୍କ ସହ ନିର୍ବନ୍ଧ କରିଥିଲେ । କୋମୁରୋ ଆମେରିକାରେ ଓକିଲାତି କରନ୍ତି । ହେଲେ କୋମୁରୋ ଏକ ସାମାନ୍ୟ ପରିବାରର ।ଏପରି ଜଣେ ସାଧାରଣ ପୁଅ ସହ ବିବାହ କରୁଥିବାରୁ ଅନେକ ବିରୋଧର ସାମନା କରିବାକୁ ପଡିବା ସହ ମାକୋଙ୍କୁ ନିଜ ସମସ୍ତ ରାଜକୀୟ ଅଧିକାରରୁ ବଂଚିତ ହେବାକୁ ପଡିଥିଲା ।