କନକ ବ୍ୟୁରୋ : ଆସନ୍ତାମାସରେ କୋଣାର୍କ ସୂର୍ଯ୍ୟମନ୍ଦିର ଆସିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଡିସେମ୍ବର ୧୩ରୁ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଭାରତ ଗସ୍ତରେ ଆସିବାକୁ ଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତରେ କୋଣାର୍କ, ଶିଖର ବୈଠକ ପାଇଁ ଦ୍ୱିତୀୟ ସ୍ଥାନ ଭାବରେ ବଛାଯାଇଛି । ଏଥିରେ ମୋଦି ଓ ସିଂଜୋ ଆବେ ଦ୍ୱିପାକ୍ଷିକ ଆଲୋଚନା କରିବେ । ପ୍ରଥମ ସ୍ଥାନ ଭାବେ ଆସାମର ଗୌହାଟିକୁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଭାବେ ଓଡିଶାର କୋଣାର୍କ ସ୍ଥାନ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Modi.png)