ଭାରତର ଚନ୍ଦ୍ରାୟନ-୩ ର ସଫଳତା ପରେ ଏବେ ଜାପାନ ତା'ର ଚନ୍ଦ୍ର ଅଭିଯାନ ଲଞ୍ଚ କରିଛି 

Advertisment

ଜାପାନର ମହାକାଶ ସଂସ୍ଥା ଜାକ୍ସ(JAXA)  ଆଜି ତାର ମୁନ ମିଶନ ଲଞ୍ଚ କରିଛି ।

ଜାପାନ ଆଜି(ଗୁରୁବାର) ସକାଳେ ଲ୍ୟାଣ୍ଡର ନେଇଥିବା ରକେଟ୍ H-IIA ଉତକ୍ଷେପଣ କରିଛି । ଦକ୍ଷିଣ ଜାପାନର ତାଙ୍ଗେସିମା ସ୍ପେସ୍ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଥିଲା । ଯଦି ଏହାର ସ୍ଲିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଟରେ  ସଫ୍ଟ ଲ୍ୟାଣ୍ଡି କରିପାରେ ତେବେ ଜାପାନ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡି କରିବାରେ ବିଶ୍ଵର ପଞ୍ଚମ ଦେଶ ଭାବେ ଗଣାଯିବ ।

ଜାପାନ ଆଜି(ଗୁରୁବାର) ସକାଳେ ଲ୍ୟାଣ୍ଡର ନେଇଥିବା ରକେଟ୍ H-IIA ଉତକ୍ଷେପଣ କରିଛି । ଗତମାସରେ ଖରାପ ପାଗ ହେତୁ ଗୋଟିଏ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଆଜି ଉତକ୍ଷେପଣ କରିବାରେ ସଫଳ ହୋଇଥିଲା । ତାଙ୍ଗେସିମା ସ୍ପେସ୍ ସେଣ୍ଟରରୁ H-IIA ରକେଟ୍ ମାଧ୍ୟମରେ ଏହି ଉତକ୍ଷେପଣ କରାଯାଇଥିଲା । ବାରମ୍ବାର ଖରାପ ପାଗ ହେତୁ ଜାପାନ ସ୍ପେସ୍ ଏଜେନ୍ସିକୁ ଚନ୍ଦ୍ର ମିଶନର ତାରିଖ ବାରମ୍ବାର  ପରିବର୍ତ୍ତନ କରିବାକୁ ପଡିଥିଲା ।  ଜାପାନର ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି (JAXA) ଦ୍ଵାରା ଉତକ୍ଷେପଣ ହେଇଥିବା  ଚନ୍ଦ୍ର ମିଶନ୍ 'ଚନ୍ଦ୍ର ସ୍ନାଇପର'ରେ ଏହି ରକେଟ୍ ଏକ ଲ୍ୟାଣ୍ଡର ବହନ କରିଛି ଯାହା  ଚାରିରୁ ଛଅ ମାସ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ବୋଲି ଆଶା କରାଯାଉଛି ।