ଫ୍ଲାଇଟରେ ୱିଣ୍ଡୋ ସିଟରେ ବସିବା ପାଇଁ ଜିଦ୍ କଲେ ଯାତ୍ରୀ, ଏୟାର ହୋଷ୍ଟେସ୍ କିଛି ଏଭଳି ଭାବେ ଯାତ୍ରୀଙ୍କୁ ସମ୍ଭାଳିଲେ କି ସବୁଠି ହେଉଛି ଚର୍ଚ୍ଚା

ଯାତ୍ରୀଙ୍କୁ ସମ୍ଭାଳିବା ପାଇଁ ଫ୍ଲାଇଟ୍ ଆଟେଣ୍ଡାଂଟ ବାହାର କଲେ ଏମିତି ଉପାୟ, ସୋସିଆଲ ମିଡିଆରେ ହେଳା ଭାଇରାଲ

162

ଜାପାନରେ କିଛି ଏମିତି ଘଟିଲା କି ଯାହାକୁ ବି ଆଶ୍ଚର୍ଯ୍ୟ କରିଦେବ । ଆମ ସମସ୍ତଙ୍କୁ ଜଣା ଅଛି କି, ଫ୍ଲାଇଟରେ ଯଦି କେହି ପାଖରେ ବସି ଫ୍ଲାଇଟର ଖରାପ ଗୁଣ ବିଷୟରେ କହିବ ତ କେତେ ଖରାପ ଲାଗିବ । ତେବେ ଫ୍ଲାଇଟ୍ ଆଟେଣ୍ଡେଂଟ କେମିତି ଏହି ପେସେଂଜର୍ସଙ୍କୁ ପ୍ରତିଦିନ ସମ୍ଭାଳୁଥିବେ । କିନ୍ତୁ ଜଣେ ଫ୍ଲାଇଟ୍ ଆଟେଣ୍ଡାଂଟ ଯାତ୍ରୀଙ୍କୁ ସମ୍ଭାଳିବା ପାଇଁ ଏମିତି ଉପାୟ ବାହାର କଲେ ଯାହାର ଚର୍ଚ୍ଚା ସବୁଠି ହେଉଛି । ଜଣେ ଯାତ୍ରୀ ଲଗାତାର ସିଟ୍ କୁ ନେଇ ଅଭିଯୋଗ କରୁଥିଲେ । ଯାହା ପରେ ଏୟାରହୋଷ୍ଟେସ୍ କିଛି ଏମିତି କଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏହି ଘଟଣା ଜାପାନର ଏକ ଫ୍ଲାଇଟରେ ଘଟିଛି । ଯେତେବେଳେ ଜଣେ ବ୍ୟକ୍ତି ଝରକା ପାଖ ସିଟ୍ ର ଡିମାଣ୍ଡ କରିବାକୁ ଲାଗିଲେ ଓ ସିଟ୍ ବଦଳାଇବାକୁ ବାରମ୍ବାର କହିଲେ । ତାଙ୍କ ସିଟ୍ ଝରକା ପାଖରେ ନଥିଲା । ସେ ସିଟରେ ବସିବାକୁ ରାଜି ହେଲେନି ଓ ବାରମ୍ବାର ଯୁକ୍ତି କରିବାକୁ ଲାଗିଲେ । ସେହି ସମୟରେ ଫ୍ଲାଇଟରେ କୌଣସି ସିଟ୍ ଖାଲି ନଥିଲା । ତାଙ୍କର ଅଭିଯୋଗ ଶୁଣିବା ପରେ ଫ୍ଲାଇଟ୍ ଆଟେଣ୍ଡାଂଟ ଅଭିନବ ଉପାୟ ଖୋଜିଲେ । ସେ ଏକ ପେପରରେ ଝରକାର ଚିତ୍ର ଅଙ୍କନ କରି ଯାତ୍ରୀ ଙ୍କ ସିଟ୍ ସାମନାରେ ଲଗାଇଦେଲେ । ଜଣେ ଜାପାନୀ ଟ୍ୱିଟର ୟୁଜର ଏହି ଫଟୋକୁ ସେୟାର କରିଛନ୍ତି । ସୋଶିଆଲ ମିଡିଆରେ ଏହି ଫଟୋ ବହୁତ ଭାଇରାଲ ହେଉଛି । ଏହି ପୋଷ୍ଟକୁ ୧୫ ହଜାର ଲାଇକ୍ ଓ ୮ହଜାରରୁ ଅଧିକ ରି-ଟ୍ୱିଟ୍ସ ମିଳିସାରିଛି ।