କନକ ବ୍ୟୁରୋ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ହୋଇଛି । ପଶ୍ଚିମ ଜାପାନର ନାରା ସହରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଉପରକୁ ଗୁଳିମାଡ କରିଥିଲା । ଦୁଇଟି ଗୁଳି ତାଙ୍କ ବାମପଟ ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଲରେ ହିଁ ଟଳିପଡିଥିଲେ ସିଞ୍ଜୋ ଆବେ । ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ୪୧ ବର୍ଷିୟ ବ୍ୟକ୍ତି ଗୁଳି ମାଡ କରି ପଳାଇଥିବାବେଳେ ତାଙ୍କ ସୁରକ୍ଷା କର୍ମୀ ତାକୁ କାବୁ କରିନେଇଥିବା ଜଣାପଡିଛି । ହେଲେ ଗୁଳିମାଡର କାରଣ କ’ଣ ଏଯାଏଁ ଜଣାପଡିନି । ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ନେତା ଥିଲେ । ସେ ଏବେଯାଏଁ ଥିବା ଶାସକଙ୍କ ମଧ୍ୟରୁ ଦୀର୍ଘ ଦିନ ଯାଏର୍ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହି ଦେଶକୁ ସୁଶାସନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/29-3.jpg)