ଜାପାନରେ ପୁଣି ଭୂମିକମ୍ପ ଅନୁଭୂତ : ଜଣେ ମୃତ, ୧୨୦ ଆହତ ସହ ୩୨ ନିଖୋଜ । ଘଟଣାସ୍ଥଳରେ ପହଚିଂଲେ ସରକାରୀ ଅଧିକାରୀ

ଜାପାନରେ ପୁଣି ଭୂମିକମ୍ପ ଅନୁଭୂତ : ଜଣେ ମୃତ, ୧୨୦ ଆହତ ସହ ୩୨ ନିଖୋଜ । ଘଟଣାସ୍ଥଳରେ ପହଚିଂଲେ ସରକାରୀ ଅଧିକାରୀ

କନକ ବ୍ୟୁରୋ : ଆଜି ଜାପାନ ଉତ୍ତର ହୋକ୍କାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩୨ ଜଣ ନିରୁଦ୍ଦେଶ ହୋଇଯାଇଥିବା କଥା ଜାପାନୀ ଗଣମାଧ୍ୟମ କହିଛି। ଭୂମିକମ୍ପ ଯୋଗୁଁ ସେଠାରେ ଭୂସ୍ଖଳନ ସହ ୫. ୩ ନିୟୁତ ଲୋକଙ୍କ ଘରକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଛି। ରିକ୍ଟର ସ୍କେଲରେ ୬. ୭ ତୀବ୍ରତା ସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ୧୨୦ ଜଣ ଲୋକ ଆହତ ହୋଇଥିବା କଥା ଖବର ପ୍ରସାରଣ ସଂସ୍ଥା ଏନଏଚକେ କହିଛି। ପୂର୍ବରୁ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟ ୧୯ ବୋଲି କୁହାଯାଇଥିଲା । ଭୂମିକମ୍ପ ଯୋଗୁଁ ଦକ୍ଷିଣ ହୋକ୍କାଇଡୋ ଅନ୍ତର୍ଗତ ଆତ୍ସୁମା ନଗରୀ ନିକଟରେ ଟାଙ୍ଗରା ପାହାଡ଼ ନିକଟରେ ଅନେକ ସ୍ଥାନରେ ଭୂସ୍ଖଳନ ଘଟି ସାଗୁଆ ବିଲ ଧାରରେ ନାଲିଆ ମାଟି କୁଦ ଦେଖାଯିବା ସହ ଗଛଲତା ଉପୁଡ଼ି କାଣ୍ଡି ହୋଇ ପଡ଼ିଛି ।

publive-imageଭୂମିକମ୍ପ ପରେ ତାପଜ ବିଦ୍ୟୁତ୍ ଯୋଗାଣକୁ ଜରୁରୀକାଳୀନ ଭିତ୍ତିରେ ବନ୍ଦ କରାଯିବାରୁ ସମଗ୍ର ଦ୍ୱୀପରେ ବିଜୁଳି ସେବା ବ୍ୟାହତ ହୋଇଛି। ୨. ୯୫ ନିୟୁତ ଘରକୁ ପୁଣି କେବେ ବିଜୁଳି ସେବା ଯୋଗାଇ ଦିଆଯିବ ତାହା କହି ହେବ ନାହିଁ। ଦ୍ୱୀପବ୍ୟାପୀ ସବୁଆଡ଼େ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ହୋକ୍କାଇଡୋ ମୁଖ୍ୟ ବିମାନ ବନ୍ଦର ଭାଙ୍ଗିରୁଜି ଯାଇଥିବାରୁ ୨୦୦ ବିମାନ ଚଳାଚଳ ଓ ୪୦, ୦୦୦ ଯାତ୍ରୀ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେବେ ଭୂମିକମ୍ପ ହେବାପରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ସରକାରୀ ଅଧିକାରୀମାନେ ପହଚିଂ ଉଦ୍ଧାରକାର୍ଯ୍ୟ ତଦାରଖ କରୁଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ କେତେ ପରିମାଣରେ କ୍ଷରକ୍ଷତି ହୋଇଛି ତାହା ସଠିକ ପରିମାଣରେ ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe