ବସଷ୍ଟାଣ୍ଡରେ ୧୩ ଶିଶୁଙ୍କ ସମେତ ୨୨ ଜଣ ଲୋକଙ୍କୁ ଛୁରାମାଡ଼ କଲା ସଂନ୍ଦିଗ୍ଧ ! ୩ ମୃତ , ୧୯ ଗୁରୁତର ।

344

ଜାପାନର ରାଜଧାନୀ ଟୋକିଓରେ ଏହି ସମୟରେ ଶୋକର ଛାୟା ଖେଳିବା ସହ ସମସ୍ତଙ୍କ ମନରେ ଡର ଏବଂ ଛନକା ରହିଛି । ଡରର କାରଣ ହେଉଛି ଏଠାରେ ଜଣେ ସଂନ୍ଦିଗ୍ଧ ମଙ୍ଗଳବାର ସକାଳ ଏକ ବସ୍ ଷ୍ଟପ୍ ରେ ଭାରି ଭିଡ ମଧ୍ୟରେ ବସକୁ ଅପେକ୍ଷା କରିଥିବା କିଛି ଲୋକଙ୍କ ଉପରକୁ ଅଚାନକ ଆକ୍ରମଣ କରିଥିଲା । ଯେଉଁଥିରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଶିଶୁ ଏବଂ ୧୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏନଏଚକେ ରାଷ୍ଟ୍ରୀୟ ଟେଲିଭିଜନର ଜଣେ ଅଧିକାରୀ ଏନେଇ କହିଛନ୍ତି ଯେ କାବାସାକି ନାମକ ଏକ ସହରର ବସ୍ ଷ୍ଟପରେ ଜନଗହଳି ଭିତରେ କେହି କିଛି ଭାବିବା ପୂର୍ବରୁ ଜଣେ ସନ୍ଦିଗ୍ଧ ଚାକୁରେ ଆକ୍ରମଣ କରିଥିଲେ ।

ରିପୋର୍ଟ ଅନୁସାରେ ଗୁରୁତର ଆହତଙ୍କୁ ପାଖ ହସ୍ପିଟାଲକୁ ନିଆଗଲା । ତେବେ ଜଣେ ଶିଶୁ ଏବଂ ଦୁଇଜଣ ବୟସ୍କ ଲୋକଙ୍କ ମୃତ୍ୟୁ ହେବା କଥା ପୋଲିସ୍ ରିପୋର୍ଟରୁ ଜଣାପଡିଛି । କାବାସାକିରେ ପୋଲିସ୍ ଆକ୍ରମଣକାରୀକୁ ଗିରଫ କରିଥିବା କଥା କହିଥିବା ବେଳେ ଘଟଣାସ୍ଥଳରୁ ଦୁଇଟି ଚାକୁ ମଧ୍ୟ ଜବତ କରାଯାଇଛି ।