୮୬ ବର୍ଷର ବଡିବିଲ୍ଡର । ତାଙ୍କ ଆଗରେ ଫିକା ପଡିଯାଆନ୍ତି ଯୁବ ବଡିବିଲ୍ଡର

297

କନକ ବ୍ୟୁରୋ : ଆପଣ ଶୁଣିଥିବେ ନିଶ୍ଚୟ, କିଛି କରିଦେଖାଇବାର ଇଛାଶକ୍ତି ଥିଲେ ବୟସ କେବେ ବି ବାଧକ ସାଜିପାରେନି । ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ଅସମ୍ଭବ ଲାଗୁଥିବା କାମ ବି ସମ୍ଭବ ହୋଇପାରେ । ଆଉ ଏହାର ଏକ ଉଦାହରଣ ଆଜି ସାମ୍ନାକୁ ଆସିଛି ।
ମଣିଷକୁ ୮୦ବର୍ଷ ହେଲାବେଳକୁ ପ୍ରାୟ ଅନେକ ଲୋକ ବିଛଣା ଧରିନେଉଥିବା ବେଳେ, ୮୬ ବର୍ଷିୟ କାନାଜାୱାଙ୍କୁ ବଡିବିଲ୍ଡିଂ ନିଶା ଘାରିଛି । ଆଉ ଯେଉଁଭଳି ବଡି ସେ ବନାଇଛନ୍ତି ତାଙ୍କ ଆଗରେ ଯୁବ ବଡିବିଲ୍ଡର ବି ଫିକା ପଡିଯିବେ ।
୮୬ ବର୍ଷିୟ ମିଷ୍ଟର କାନାଜାୱାଙ୍କୁ ନା ତ କୌଣସି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଛି ନା କୌଣସି ପିଠି ଯନ୍ତ୍ରଣା । ଜଣେ ଯୁବ ବଡିବିଲ୍ଡରଙ୍କ ପରି ସେ ବି ଜିମରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିପାରନ୍ତି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଜାପାନର ମିଷ୍ଟର କାନାଜାୱା ଅନେକ ଥର ବଡିବିଲ୍ଡିଂରେ ଚାମ୍ପିୟନ ହେବା ପରେ ୩୪ ବର୍ଷ ବୟସରେ ବଡିବିଲ୍ଡିଂରୁ ସୈନ୍ୟାସ ନେଇଥିଲେ । ବଡିବିଲ୍ଡିଂ ଛାଡି ମଦ୍ୟପାନ, ଧୂମପାନ ଭଳି ଅଭ୍ୟାସରେ ପଡିଗଲେ । ପରେ ଯେତେବେଳେ ନିଜକୁ ଆଇନାରେ ଦେଖିଲେ ତାଙ୍କୁ ପଶ୍ଚାତାପ ହୋଇଥିଲା । ୫୦ବର୍ଷ ବୟସରେ ପୁଣି ସେ ବଡିବିଲ୍ଡିଂ ଦୁନିଆକୁ ଫେରିଲେ । ଆଉ ଚଳିତ ବର୍ଷ ଅକ୍ଟୋବର ୯ତାରିଖରେ ଜାପାନ ଚାମ୍ପିୟନସିପରେ ଭାଗ ନେଇଥିବା ବଡିବିଲ୍ଡରଙ୍କ ମଧ୍ୟରୁ ସେ ସବୁଠୁ ବୟସ୍କ ବଡିବିଲ୍ଡର ଥିଲେ । ତେବେ ଆୟୋଜନ ହୋଇଥିବା ଏହି ବଡିବିଲ୍ଡି ସୋରେ ସେ କୌଣସି ମେଡାଲ ହାତେଇପାରିନଥିବା ବେଳେ ସେ କହିଛନ୍ତି, ମତେ ଖାଲି ଏହି କମ୍ପିଟିସନରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁର କରିବାର ଥିଲା । ମୁଁ ଆଶା କରୁଛି ମୁଁ ଲୋକଙ୍କ ମନରେ ନିଶ୍ଚୟ ଜାଗା ବନାଇପାରିଥିବି ।