ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇରେ ଲାଗୁ ହେଲା ୧୪୪ ଧାରା ! ଯୁବକଙ୍କ ମୃତ୍ୟୁକୁ ନେଇ ସପ୍ତାହେ ହେଲା ଜାରି ରହିଛି ଉତ୍ତେଜନା , ପରିସ୍ଥିତି ଉପରେ ଡିଭିଏଫ ଓ ଏସଓଜି ଯବାନଙ୍କ ନଜର

325

ଯନ୍ତାପାଇରେ ୧୪୪ ଧାରା ଜାରି ହେବା ସହ ହାଇଆଲର୍ଟରେ ଯବାନ ରହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସାପ୍ତାହିକ ହାଟ ବନ୍ଦ କରିଛି ପ୍ରଶାସନ । ମାଇକ୍ ଯୋଗେ ପ୍ରଚାର କରିଛି ପୋଲିସ । ତେବେ ଏଭଳି ପରିସ୍ଥିତି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉପୁଜିଛି । ଘଟଣାସ୍ଥଳରେ ଡିଭିଏଫ ଓ ଏସଓଜି ଯବାନ ମୁତୟନ ହୋଇଛନ୍ତି ।

ଗତ ୧୩ ତାରିଖରେ ଯନ୍ତାପାଇ ଅଙ୍ଗନୱାଡି କେନ୍ଦ୍ରରୁ ଧୁଲିପୁଟ ପଂଚାୟତ କାଙ୍ଗିନିଗୁଡା ନିବାସୀ ରାଜୁ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ତାତିଥିଲେ । ଲୋକ ଅଭିଯୋଗ କରିଛନ୍ତି, ରାଜୁଙ୍କୁ ହତ୍ୟା କରାଯାଇଛି । ଏପରିକି ପୋଲିସ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ମଧ୍ୟ ହୋଇଛି ।