ଜନତା କର୍ଫ୍ୟୁ ଭିତରେ ଆସିଲା ରାଜଧାନୀ ଭୁବନେଶ୍ୱରର ଆକାଶମାର୍ଗରୁ ଚିତ୍ର: ଚାରିଆଡେ ଛାଇ ଯାଇଛି ନିରବତା…ଚାଲୁନି ଗାଡି, ଦୋକାନ ବଜାର ବନ୍ଦ

ଦିନ ୧୧ଟାରେ ପ୍ରଥମ ଥର ପାଇଁ ଆସିଲା ଏଭଳି ଚିତ୍ର

4,009

କନକ ବ୍ୟୁରୋ: ଜନତା କର୍ଫ୍ୟୁ ଭିତରେ ଆସିଲା ରାଜଧାନୀ ଭୁବନେଶ୍ୱରର ଏରିୟଲ ସଟ୍ ଅର୍ଥାତ ଆକାଶମାର୍ଗରୁ ରାଜଧାନୀର ଚିତ୍ର । ଚାରିଆଡେ ଛାଇ ଯାଇଛି ନିରବତା । ରାସ୍ତାଘାଟ ଶୂନଶାନ । ସହରରେ ଯେମିତି କେହି ନଥିବା ଭଳି ଲାଗୁଛି । କେବଳ ବଡ ବଡ କୋଠା ସାଙ୍ଗକୁ କିଛି ଗଛ ଓ ରାସ୍ତା ଦେଖାଯାଉଛି ।

ଏଭଳି ଦୃଶ୍ୟ ବୋଧହୁଏ ଆପଣ ଆଗରୁ କେବେ ଦେଖିନଥିବେ । ଦିନ ପ୍ରାୟ ୧୧ଟାରେ ନିଆଯାଇଥିବା ଏହି ଚିତ୍ର ବୟାନ କରୁଛି କରୋନାକୁ ନେଇ ଲୋକେ ସତର୍କ ହୋଇଯାଇଛନ୍ତି । ଏବଂ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଜନତା କର୍ଫ୍ୟୁ ଆହ୍ୱାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତାଲାବନ୍ଦ ଆହ୍ୱାନକୁ ଲୋକେ ଗ୍ରହଣ କରିଛନ୍ତି । କାରଣ ଏହା ହିଁ ଏକମାତ୍ର ରାସ୍ତା ଯାହାଦ୍ୱାରା ଆପଣ କରୋନାକୁ ମୁକାବିଲା କରିପାରିବେ । କରୋନା ସବୁବେଳେ ବ୍ୟାପିବା ପାଇଁ ମଣିଷ ଶରୀର ଖୋଜୁଥାଏ । ଯଦି ଅଧିକ ସମୟ ଧରି ସେ ମଣିଷ ଶରୀର ପାଇବ ନାହିଁ ତେବେ ଆପେ ଆପେ ମରିଯିବ । କୁହାଯାଉଛି ଶୁଖିଲା ପଦାର୍ଥ ଉପରେ ୧୨ଘଂଟାରୁ ଅଧିକ ଏହି ଭୂୁତାଣୁ ବଂଚିପାରିବନାହିଁ ।

ଚୀନର ଉହାନ ସହରରେ ମଧ୍ୟ ଚୀନ ସରକାର ଏହି ଭଳି ପଦକ୍ଷେପ ନେଇଥିଲେ । ଏବଂ ବର୍ତମାନ ସେଠାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସି ଯାଇଛି । ଘରୁ ନବାହାରିବା ଦ୍ୱାରା ଭୂତାଣୁ ଶୁଷ୍କ ପଦାର୍ଥରେ ରହିଯିବ ଓ ୧୨ଘଂଟା ପରେ ମରିଯିବାର ସମ୍ଭାବନା ରହିଛି । ତେଣୁ ସମସ୍ତେ ଅପିଲ କରୁଛନ୍ତି ଯେ ଏହି ଜନତା କର୍ଫ୍ୟୁ ଓ ତାଲା ବନ୍ଦକୁ ଲୋକେ ପାଳନ କରନ୍ତୁ । ଏବଂ ସାରା ଓଡିଶାରୁ ଏହି ଭଳି ଚିତ୍ର ଆସିବାରେ ଲାଗିଛି । ଏହାର ଅର୍ଥ ହେଉଛି ଲୋକେ କରୋନାର ମୁକାବିଲା ପାଇଁ ସଚେତନ ଅଛନ୍ତି ।