କରୋନା ମୁକାବିଲା: କାଲି ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ । ସଚେତନତା ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ବଡ ପଦକ୍ଷେପ

1,001

କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ । ଆସନ୍ତା କାଲି ସାରା ଓଡିଶାରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ । କରୋନା ସଚେତନା ପାଇଁ ଏଭଳି ବଡ ପଦକ୍ଷେପ ନିଆଯାଇଛି । ତେବେ ପେଟ୍ରୋଲ ପମ୍ପ ବନ୍ଦ ନେଇ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତିଙ୍କ ସୂଚନା ଦେଇଛନ୍ତି ।

ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ସବୁବେଳେ ଲାଗୁଥିବାରୁ ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନରେ କରୋନାର ମୁକାବିଲା ପାଇଁ ଆସନ୍ତାକାଲି ବନ୍ଦ କରାଯାଇଛି ।

ସେପଟେ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଡିବନି ବସ । ସାରା ଓଡିଶାରେ ୧୪ ହଜାର ଘରୋଇ ବସ ବନ୍ଦ ରହିବ । ସକାଳ ୭ରୁ ରାତି ୯ଟା ଯାଏଁ ବସ ଚଳାଚଳ ଠପ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଘରୋଇ ମାଲିକ ସଂଘ ।

Comments are closed.