ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ : ଜାଣନ୍ତୁ ପୂଜାବିଧି ଓ ଶୁଭ ସମୟ

ଆଜି ଶ୍ରୀକୃଷ୍ଣଙ୍କ ଜନ୍ମଦିନ : ଜାଣନ୍ତୁ ପୂଜାବିଧି ଓ ଶୁଭ ସମୟ

ArtofLiving.org

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପାଇଁ ହିଁ ଦ୍ୱାପର ଯୁଗକୁ ଲୋକେ ମନେ ରଖିଛନ୍ତି। ମଣିଷ ରୂପେ ପୃଥିବୀ ପୃଷ୍ଟରେ ଜନ୍ମଲାଭ କରି ବିଭିନ୍ନ କ୍ଷେତ୍ରରେ ମାନବିକତାର ଉଦାହରଣ ଛାଡ଼ିଯାଇଛନ୍ତି କୃଷ୍ଣ ଭଗବାନ। ସେପ୍ଟେମ୍ବର ୨ ତାରିଖରେ ଚଳିତବର୍ଷ ଜନ୍ମାଷ୍ଟମୀ ପଡିଛି। କୃଷ୍ଣଙ୍କ ଜନ୍ମ ସଂପର୍କରେ ଆପଣ ତ ଅଳ୍ପ ବହୁତ ଜାଣିଥିବେ ନିଶ୍ଚୟ। କିପରି ବର୍ଷା-ଅନ୍ଧାର ରାତିରେ କାରଗାର ଭିତରେ ଜନ୍ମଲାଭ କରିଥିଲେ କୃଷ୍ଣ-କହ୍ନେଇୟା!

publive-image

କୃଷ୍ଣଙ୍କ ଜନ୍ମ ହିନ୍ଦୁ ମାସ ଶ୍ରାବଣର ଅଷ୍ଟମୀ ତିଥି ଓ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏହି ତିଥିରେ କୃଷ୍ଣଙ୍କ ଭକ୍ତମାନେ ତାଙ୍କର ଆରାଧନା କରିଥାନ୍ତି। ତାଙ୍କୁ ପ୍ରାର୍ଥନା କରିବା ସହ ଉପାସ ରହି ତାଙ୍କର ପୂଜାବିଦ୍ଧି ପାଳନ କରିଥାନ୍ତି। ଜାଣିବାକୁ ମିଳିଛି ଯେ ଚଳିତବର୍ଷ କୃଷ୍ଣଜନ୍ମ ତିଥି ସେପ୍ଟେମ୍ବର ୨ ତାରିଖ ସକାଳ ୭ଟା ୪୭ରେ ଆରମ୍ଭ ହୋଇ ପରଦିନ ୭ଟା ୨୦ ପର୍ୟ୍ୟନ୍ତ। ସେହିପରି ରୋହିଣୀ ନକ୍ଷତ୍ର ୨ ତାରିଖ ୮ଟା ୪୯ରେ ଆରମ୍ଭ ହୋଇ ୩ ତାରିଖ ୮ଟା ୬ ପର୍ୟ୍ୟନ୍ତ।

publive-image

ଚଳିତବର୍ଷ ପୂଜା ପାଇଁ ଶୁଭ ବେଳା ରହିଛି ପୂର୍ବାହ୍ନ ୧୧ଟା ୫୮ରୁ ଅପରାହ୍ନ ୧୨ ଟା ୪୪। କୃଷ୍ଣ ମଧ୍ୟ ରାତ୍ରରେ ଜନ୍ମଲାଗ କରିଥିବାରୁ କେହି କେହି ମଧ୍ୟରାତ୍ରରେ ବି ପୂଜା କରିବାକୁ ଶ୍ରେୟ ମଣିଥାନ୍ତି। ତାହାଲେ ସେମାନେ ୨ ତାରିଖ ରାତି ୧୨ଟା ୨୧ରେ ପୂଜା କରିପାରନ୍ତି।

publive-image

ପୂଜାବିଧି ଅନୁସାରେ ଆପଣଙ୍କୁ ପ୍ରଥରେ କୃଷ୍ଣଙ୍କର ଏକ ମୂର୍ତ୍ତି ନିଜ ଆଖି ସାମ୍ନାରେ ରଖିବାକୁ ହେବ। ତା’ପରେ ଆପଣ ଆଖି ବନ୍ଦ କରି କୃଷ୍ଣଙ୍କ ଧ୍ୟାନ କରିବା ସହ ନିଜର ଭକ୍ତି ସହ ଭୋଗ ଅର୍ପଣ କରିବେ। ଭୋଗ ଲଗାଇବା ପୂର୍ବରୁ ପାଣି କିମ୍ବା ଖିରରେ ଶ୍ରୀକଷ୍ଣଙ୍କ ପାଦ ଧୋଇ ଦିଅନ୍ତୁ। ପାଦ ଧୋଇବା ପରେ ଏକ କପଡ଼ାରେ ପୋଛି ଦିଅନ୍ତୁ। କୃଷ୍ଣଙ୍କୁ ନୂଆ ବସ୍ତ୍ର ପିନ୍ଧାନ୍ତୁ। ତାପରେ ତାଙ୍କୁ ଉପରେ ଗଙ୍ଗା ପାଣି ଛିଞ୍ଚି ଚନ୍ଦନ ଲଗାଇ ଦିଅନ୍ତୁ। ତା’ପରେ ପୁଷ୍ପରେ ତାଙ୍କୁ ସଜାନ୍ତୁ। ଭକ୍ତିର ସହ ତାଙ୍କ ନାମ ଜପ କରନ୍ତୁ। ତା’ପରେ ଧୂପ, ଦୀପ ଓ ନୈବେଦ୍ୟ ଦାନ କରନ୍ତୁ। ତା’ପରେ ଭୋଗ ଲଗାଇ ଆରତୀ କରି ପୂଜା ବିଦ୍ଧି ଶେଷ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe