କନକ ବ୍ୟୁରୋ: ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରଦେବୀଙ୍କ ଝିଅ ଜାହ୍ନବୀ କପୁର ଏବେ ନିଜର ନୂଆ ଫିଲ୍ମର ପ୍ରମୋସନକୁ ନେଇ ବ୍ୟସ୍ତ ଅଛନ୍ତି । ଜାହ୍ନବୀ ଖୁବଶୀଘ୍ର ଫିଲ୍ମ ‘ଗୁଡ୍ ଲକ୍ ଜେରି’ରେ ନଜର ଆସିବେ । ଫିଲ୍ମର ପ୍ରମୋସନରେ ଜାହ୍ନବୀ ବହୁତ ବିଜି ଅଛନ୍ତି । ନିକଟରେ ସେ ନିଜର ଫିଲ୍ମ ପ୍ରମୋସନରେ ଥିବା ସମୟରେ ଏତ ସାକ୍ଷାତକାରରେ କହିଥିଲେ ବହୁତ ସମୟ ଧରି ନିଜ ପରିବାର ସହ ସମୟ କାଟିପାରୁନାହିଁନ୍ତି ।
ଜାହ୍ନବୀ କପୁରଙ୍କ ପିତା ବୋନୀ କପୁର ଜଣେ ଫିଲ୍ମ ନିର୍ମାତା । ଭାଇ ଅର୍ଜୁନ କାପୁର ଜଣେ ଇଭିନେତା । ଭଉଣୀ ନିଜର ଡେବ୍ୟୁ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ଭତିରେ ଜାହ୍ନବୀ କହିଛନ୍ତି ଏହି ତିନିଜଣଙ୍କ ମଧ୍ୟରୁ କାହା ସହ ବି ସମତ କାଟି ପାରୁନାହିଁନ୍ତି । କାରଣ ସମସ୍ତେ ନିଜର ନିଜର ବିଜି ସିଡୁଲରେ ବ୍ୟସ୍ତ । ସେଥିପାଇଁ ସେ ତାଙ୍କ ପରିବାର ସହ କାମ କରିବାକୁ ଇଚ୍ଛୁକ ।
କାରଣ ଏପରି ହେଲେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ରହିବେ । ଜାହ୍ନବୀ ତାଙ୍କ ବାପା ବୋନୀ କପୁରଙ୍କ ସହ କାଟିଥିବା ସମୟକୁ ମନେପକାଇ ଭାବବିହ୍ୱଳ ହୋଇଥିଲେ । ସେ କହିଥିଲେ ବୋନୀଙ୍କ ସହ ସେ ସେତେବେଳେ ସମୟ କାଟିଥିଲେ ଯେତେବେଳେ ସେ ଫିଲ୍ମ ‘ମିଲ୍ଲୀ’ରେ ଏକାଠି କାମ କରୁଥିଲେ ।