କନକ ବ୍ୟୁରୋ : ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ଦିଲ୍ଲୀ ରାଜପଥରେ ଚାଲିଛି ପରେଡ୍ ରିହରର୍ସଲ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ପରେଡ୍ ରିହରର୍ସଲ ହେବ । ଆଜି ଦିଲ୍ଲୀ ରାଜପଥରେ ପ୍ରଥମଥର ପାଇଁ ଆଇଟିବିପି ପକ୍ଷରୁ କରାଯାଇଛି ବାଇକ୍ ଶୋ ରିହରର୍ସଲ ।
ଏଥର ଗଣତନ୍ତ୍ର ଦିବସରେ ଆଇଟିବିପି ଯବାନଙ୍କ ପକ୍ଷରୁ ଡେୟାର ଡେଭିଲସ୍ ଶୋ ପ୍ରଦର୍ଶନ କରାଯିବ, ସେଥିପାଇଁ ରାଜରାସ୍ତାରେ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ଏଥିରେ ମୋଟ ୧୦ ପ୍ରକାର ପ୍ରଦର୍ଶନ ଦେଖାଇବେ ଆଇଟିବିପିର ଯବାନ । ପ୍ରଦର୍ଶନୀ ଗୁଡିକ ମଧ୍ୟରେ ବର୍ଡର ମ୍ୟାନ୍ ସାଲ୍ୟୁଟ, ଫ୍ଲାଏ ରାଇଡିଂ, ସିକ୍ସମ୍ୟାନ୍ ବ୍ୟାଲାନ୍ସ, ଏରୋ ପୋଜିସନ୍, ଆଜାଡି ଅମୃତ ମହୋତ୍ସବ ଭଳି ୧୦ ପ୍ରକାର ଥିମ୍ ରହିଛି । ଦିଲ୍ଲୀ ରାଜରାସ୍ତାରେ ଏହି ଚିତାକର୍ଷକ ଦୃଶ୍ୟ ଦର୍ଶକଙ୍କ ମନମୋହୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/2d4qsgf_republic-day-_640x480_19_January_22.webp)